NHରେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ସନ୍ଦେହ

ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ଅଧା ପୋଡା ବାଇକ ସହ ASIଙ୍କ ମୃତ ଦେହ ପଡ଼ିଛି । ସେ ହେଉଛନ୍ତି କେଗାଁ ଥାନା ASI ପବିତ୍ର ଗୋଲାପି ।

ଧର୍ମଗଡ଼: ଏନଏଚରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ଅଧା ପୋଡା ବାଇକ ସହ ASIଙ୍କ ମୃତ ଦେହ ପଡ଼ିଛି । ସେ ହେଉଛନ୍ତି କେଗାଁ ଥାନା ASI ପବିତ୍ର ଗୋଲାପି ।

କିଛି ଦିନ ହେବ ସେ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ମୃତ ASI ମୁହଁ ମାଡ଼ି ପଡ଼ିଥିବାବେଳେ ଟିଭିଏସ୍ ବାଇକ ମଧ୍ୟ ଷ୍ଟାଣ୍ଡ ମରାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି  । ଏହା ହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ ।

ତେବେ ଦୁର୍ବୁତ୍ତମାନେ ବାଇକ ସହିତ ତାଙ୍କୁ ପୋଡି ମାରିଦେଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ଅଧିକ ଛାନଭିନ୍ କରିବା ସହ ପଚରାଉଚରା ଜାରି ରଖିଛି ।