fbpx

କେବେ ଶେଷ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ? ଆମେରିକା କହିଲା-‘ମୋଦୀ କହିଲେ ପୁଟିନ୍ ବୁଝିଯିବେ’

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ ଏକ ବର୍ଷ ହେବ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଆମେରିକା କହିଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୁଦ୍ଧକୁ ଶେଷ କରିବାରେ ବଡ଼ ଭୁମିକା ନିର୍ବାହ କରିପାରିବେ । କେବଳ ଏତିକି ନୁହେଁ ଆମେରିକା କହିଛି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ କଥା ହୋଇ ତାଙ୍କୁ ଯୁଦ୍ଧ ବନ୍ଦ କରିବାକୁ ମାନଇ ପାରିବେ ।

ସାମ୍ବାଦିକଙ୍କ ପ୍ରଶ୍ନରେ ହ୍ୱାଇଟ ହାଉସର ମୁଖପାତ୍ର ଜନ୍ କିର୍ବି ଏହା କହିଛନ୍ତି । ତେବେ ମୋଦିଙ୍କର ଏହି ପ୍ରୟାସ ୟୁକ୍ରେନ ଯୁଦ୍ଧକୁ ଶେଷ କରିପାରେ ବୋଲି ଆମେରିକା ଏଭଳି ପ୍ରୟାସକୁ ସ୍ୱାଗତ କରିବ । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଅନେକ ଥର କଥା ହୋଇଛନ୍ତି । କେବଳ ଏତିକି ନୁହେଁ, ଉଜବେକିସ୍ତାନର ସମରଖଣ୍ଡରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ ବୋଲି କହିଥିଲେ । ଆଜି ଆମକୁ କିପରି ଶାନ୍ତି ପ୍ରତିଷ୍ଠା କରାଯିବ ସେ ବିଷୟରେ ଆଲୋଚନା କରିବାକୁ ପଡିବ। ଯାହା ଦ୍ୱାରା ପ୍ରଗତିର ବାଟ କିପରି ଖୋଲିବ ।

ଏହା ପରେ ଆମେରିକା ଏବଂ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ କହିଛନ୍ତି ଯେ ସମରଖଣ୍ଡରେ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ପିଏମ ମୋଦୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ । ଆମେରିକା ଏହି ବିବୃତ୍ତିକୁ ସ୍ୱାଗତ କରୁଛି । ଏଥି ସହିତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ୟୁଏନଜିଏରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସମରଖଣ୍ଡରେ କହିଥିବା କଥାକୁ ସମର୍ଥନ କରିଥିଲେ ।

Get real time updates directly on you device, subscribe now.