fbpx

ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାଗିବା: ଗୁଜୁରାଟ ହାଇକୋର୍ଟ ଲଗାଇଲେ ୨୫ ହଜାର ଜୋରିମାନା, କେଜ୍ରିୱାଲ କହିଲେ- ଏହା ଜାଣିବାର ଅଧିକାର ନାହିଁ କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ମାଗି ଜୋରିମାନା ଗଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ର ୨୦୧୬ ନିର୍ଦ୍ଦେଶକୁ ଋଦ୍ଧ କରିବା ସହ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ନାମରେ ପିଜି ଡିଗ୍ରୀ ସମ୍ବନ୍ଧୀୟ ସୂଚନା” ପ୍ରଦାନ କରିବାକୁ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ଡିଗ୍ରୀ ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଆବଶ୍ୟକ ନାହିଁ । ଜଷ୍ଟିସ୍ ବିରେନ୍ ବୈଷ୍ଣବଙ୍କ ଜଣିକିଆ ଖଣ୍ଡପୀଠ ଶୁଣାଣି କରୁଥିବା ଏହି ଆଦେଶ ଦେଇଛନ୍ତିି ।

କେନ୍ଦ୍ରୀୟ ସୂଚନା ଆୟୋଗର ନିଷ୍ପତ୍ତି ବଦଳାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ କୋର୍ଟ ୨୫,୦୦୦ ଟଙ୍କା ଜୋରିମାନା ଲଗାଇଛନ୍ତି ଏବଂ ଆମ୍ ଆଦମୀ ପାର୍ଟି ନେତାଙ୍କୁ ଗୁଜୁରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗୁଜରାଟ ହାଇକୋର୍ଟଙ୍କ ଏହି ରାୟ ପରେ ନିରାଶ ପ୍ରକାଶ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ତାହା ଜାଣିବାର ଅଧିକାର ମଧ୍ୟ ନାହିଁ। ତେବେ କେଜ୍ରିୱାଲ ପ୍ରଶ୍ନ ପଚାରିଛନ୍ତି ଯେ, କୋର୍ଟରେ ଡିଗ୍ରୀ ଦେଖାଇବାକୁ କାହିଁକି ଦୃଢ଼ ବିରୋଧ କରାଗଲା? ଏହା ସହିତ ସେ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଅଶିକ୍ଷିତ କିମ୍ବା କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ।

Get real time updates directly on you device, subscribe now.