ଝିଅର ଜନ୍ମଦିନ ପାଳିବା ପୂର୍ବରୁ ସହିଦ୍ ହୋଇଗଲେ ଆକାଶ ରାଓ, ମାତ୍ର ୨ ଦିନ ପରେ ଯାଇଥାନ୍ତେ ପରିବାର ପାଖକୁ

ଆଇଇଡି ବ୍ଲାଷ୍ଟରେ ସହିଦ୍ ହେଲେ ଏଏସପି । ଆଜି ହେଲା ଶେଷକୃତ୍ୟ ।

ରାୟପୁର: ଛତିଶଗଡ଼ ସୁକମାରେ ଆଇଇଡି ବ୍ଲାଷ୍ଟରେ ସହିଦ୍ ହୋଇଥିବା ଏଏସପି ଆକାଶ ରାଓ ଗିରିପୁଞ୍ଜେ କିଛିଦିନ ହେବ ଝିଅ ଜନ୍ମଦିନ ପାଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଏ ନେଇ ସେ ଶଶ୍ୱର ଘର ଯିବାକୁ ଯୋଜନା କରିଥିଲେ ଆକାଶ । ଏଏସପି ଘରକୁ ଫେରିଥିଲେ କିନ୍ତୁ ତ୍ରିରଙ୍ଗାରେ ଘୋଡ଼େଇ ହୋଇ । ଯାହା ପରିବାର ସମେତ ସ୍ଥାନୀୟ ଲୋକଙ୍କ ହୃଦୟକୁ ଘୋର ଆଘଶତ ଦେଇଛି ।

ସୋମବାର ସକାଳ ୯ଟା ୩୦ ମିନିଟରେ ଆକାଶଙ୍କ ସାନ ଭାଇଙ୍କୁ ଏଏସପିଆହତ ହେବା ନେଇ ଖବର ଆସିଥିଲା । ଏହାର ଠିକ୍ ଅଧଘଣ୍ଟା ପରେ ଗନମ୍ୟାନ୍ ଫୋନ୍ କରି ଆକାଶଙ୍କ ମୃତ୍ୟୁ ନେଇ ଖବର ଦେଇଥିବା ତାଙ୍କ ସାନ ଭାଇ କହିଛନ୍ତି । ଆକାଶଙ୍କ ୬ ବର୍ଷର ଝିଅ ଜନ୍ମଦିନର ମାତ୍ର ୨ ଦିନ ପୂର୍ବରୁ ଏଏସପି ସହିଦ୍ ହୋଇଛନ୍ତି ।

ରବିବାର ଦିନ ସାନ ଭାଇ ଆକାଶଙ୍କ ସହ କଥା ହୋଇଥିଲେ । ଯେତେବେଳେ ସେ କହିଥିଲେ ଯେ ୧୧ ତାରିଖରେ ଝିଅ ଜନ୍ମଦିନ ପାଳିବା ପାଇଁ ସେ ଶଶୁର ଘରକୁ ଯିବେ । କାରଣ ଆକାଶଙ୍କ ସ୍ତ୍ରୀ ଓ ତାଙ୍କୁ ୨ ପିଲା ଅଜା ଘରେ ଥିଲେ ।

ଆଜି ସହିଦ ଆକାଶଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଛାଇ ଯାଇଛି ।