fbpx
BSKY
BJD MC SKY
BJD MS SKY

UPSC ଓ OPSC ପରୀକ୍ଷା ଗୋଟିଏ ଦିନରେ, Preliminary ପରୀକ୍ଷା ନ ଘୁଞ୍ଚିଲେ ବଳି ପଡ଼ିବେ ରାଜ୍ୟର ବହୁ ମେଧାବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ମାସରେ ଦୁଇଟି ପରୀକ୍ଷା । ଗୋଟିଏ ଦିଲ୍ଲୀରେ, ଅନ୍ୟଟି ଭୁବନେଶ୍ୱରରେ । ଆଉ ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ତେବେ ଆଶାୟୀ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା ଦେବେ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ମୌଖିକ ପରୀକ୍ଷା ଅଗଷ୍ଟ ୨ ତାରିଖରୁ ଆରମ୍ଭ ହୋଇଯାଇଛି, ଯାହାକି ଆସନ୍ତା ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଜାରି ରହିବ । ୟୁପିଏସସି ପକ୍ଷରୁ ସିଭିଲ୍ ସର୍ଭିସ୍ ମୌଖିକ ପରୀକ୍ଷା ପାଇଁ ଗତ ଜୁନ ୯ରେ ନୋଟିସ୍ ଜାରି କରାଯାଇଥିଲା । ଅପରପକ୍ଷେ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବା ନେଇ ଦିନ ଧାର୍ଯ୍ୟ ହୋଇଛି । ଏନେଇ ଗତ ଜୁଲାଇ ୧୯ ତାରିଖରେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଗୋଟିଏ ଦିନରେ ପ୍ରଶାସନିକ ସେବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୁଏ, ତେବେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ଚଳାଇଥିବା ମେଧାବୀ ପରୀକ୍ଷାର୍ଥୀଙ୍କୁ ସୁଯୋଗକୁ ବଞ୍ଚିତ କରିବା ଅନୁଚିତ । ସାଧାରଣତଃ ୟୁପିଏସସି ଗୋଟିଏ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ କରିବା ପରେ ଆଉ ଗୋଟେ ପରୀକ୍ଷା କରିଥାଏ । ମାତ୍ର ଆଜି ପର୍ଯ୍ୟନ୍ତ ୨୦୨୯ର ସିଭିଲ୍ ସର୍ଭିସ୍ ପରୀକ୍ଷାର ଫାଇନାଲ ରେଜଲ୍ଟ ଓପିଏସସି ପ୍ରକାଶ କରିନାହିଁ । ତେଣୁ ଓପିଏସସି ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ କରି ସାରିବା ପରେ ୨୦୨୦ର ପ୍ରିଲିମନାରୀ ପରୀକ୍ଷା କରାଇବାକୁ ବହୁ ପରୀକ୍ଷାର୍ଥୀ ଓପିଏସସି ଅଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାରଙ୍କର ସାମାନ୍ୟ ଅବେହେଳା ବହୁ ମେଧାବୀଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିବ ବୋଲି ସାଧାରଣରେ କୁହାଯାଉଛି । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେତୁ ଚାକିରି କ୍ଷେତ୍ରରେ ଦୁର୍ନୀତିର ଚେର ଲମ୍ବି ଚାଲିଥିଲା । ରାଜ୍ୟ ସରକାରଙ୍କର କିଛି ନିଯୁକ୍ତିରେ ଆବେଦନ କରିବା ପରେ ବର୍ଷ ବର୍ଷ ବିତି ଯାଉଥିବା ବେଳେ ଆଉ କିଛି ପରୀକ୍ଷା ସରିବା ପରେ ଫାଇନାଲ ରେଜଲ୍ଟ ଆସିବା ବେଳକୁ ମଧ୍ୟ ବର୍ଷ ବର୍ଷ ବିତିଯାଉଛି । ଫଳରେ ଶହ ଶହ ମେଧାବୀ ଛାତ୍ର ବର୍ଷ ବର୍ଷ ଧରି ପରିଶ୍ରମ କରି ମଧ୍ୟ ଚାକିର ଖଣ୍ଡେ ପାଇ ପାରିନଥିଲେ । ଅନୁରୂପ ଭାବେ ଓପିଏସସି ପକ୍ଷରୁ କରାଯାଉଥିବା ଏଇ ସାମାନ୍ୟ ଅବହେଳା ଭବିଷ୍ୟତରେ ଅନେକ ଚାକିରି ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେବ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସୁଚିନ୍ତିତ ପଦକ୍ଷେପ ନେବାକୁ ଅନେକ ପରୀକ୍ଷାର୍ଥୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.