fbpx

କେବଳ ହିରୋସୀମା ଓ ନାଗାସାକି ଉପରେ କାହିଁକି ପରମାଣୁ ବୋମା ପକାଇଥିଲା ଆମେରିକା ?

ନୂଆଦିଲ୍ଲୀ: ଆଜି ହେଉଛି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । କେବଳ ଜାପାନ ଏହା ଦ୍ୱାରା ଚକିତ ହୋଇନଥିଲା ବରଂ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା। ପୁଣିଥରେ ଏହାର ତିନି ଦିନ ପରେ ନାଗାସାକୀ ଉପରେ ପୁଣି ଏକ ବୋମା ଫିଙ୍ଗାଯାଇଥିଲା । ଯେଉଁଥିରେ ସମଗ୍ର ସହର ଧ୍ୱଂସ ହୋଇଯାଇଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ବୋମା ଦ୍ୱାରା ସୃଷ୍ଟି ହୋଇଥିବା ବିକିରଣରେ ଅନେକ ଲୋକ ଜୀବନ ହାରିଥିଲେ । ଏହି ଅଘଟଣ ୭୬ ବର୍ଷ ତଳେ ହୋଇଥିଲା । ଏହା ଏପରି ଏକ ଘଟଣା ଯାହାକୁ କେହି ବି ଭୁଲି ପାରିବେନି । ଜାପାନ ଉପରେ କରିଥିବା ଏହି ବିସ୍ଫୋରଣ ପାଇଁ ଆମେରିକା ଅନେକଥର ପଶ୍ଚାତାପ କରିଛି ଏବଂ ସାରା ବିଶ୍ୱର ସମାଲୋଚନାର ପାତ୍ର ମଧ୍ୟ ହୋଇଛି। ଏହି ବୋମା ପରେ ହିଁ ଏସିଆରେ ଦ୍ୱିତୀୟ ଯୁଦ୍ଧର ସମାପ୍ତି ଔପଚାରିକତା ହୋଇ ରହିଯାଇଥିଲା । ଜାପାନ୍ ସେନା ପଛଘୁଞ୍ଚା ଦେଇଥିଲେ । ପ୍ରାୟ ଏକ ସପ୍ତାହ ପରେ ଜାପାନ୍ କିଛି ମିତ୍ର ଦେଶର ମିଳିତ ସହଯୋଗୀଙ୍କ ପାଖରେ ଆତ୍ମସମର୍ପଣ କରିଥିଲା ।

କଣ ହୋଇଥିଲା ଅଗଷ୍ଟ ୬ ତାରିଖରେ

୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ସକାଳ ୮ଟା ୧୫ ମିନିଟ୍ ରେ ଆମେରିକା ବି୨୯ ବାମ୍ବର ଏନୋଲା ଗେ ପକ୍ଷରୁ ଲିଟିଲ୍ ବୟ୍ ନାମକ ଏକ ପରମାଣୁ ପକାଇଥିଲା । ଯେଉଁଥିରେ ୨୦ ହଜାର ଟନ୍ ର ଟିଏନଟିରୁ ବି ଅଧିକ ବଳ ରହିଥିଲା । ଏହି ସମୟରେ ଅନେକ ଲୋକ ନିଜ ନିଜ କର୍ମସ୍ଥଳକୁ ଯାଉଥିଲେ । ପିଲା ମାନେ ସ୍କୁଲ୍ ଯାଉଥିଲେ । ଏକ ରିପୋର୍ଟ ଅନୁଯାୟୀ, ଏହି ପରମାଣୁ ବମ୍ ସହରର ମଝି ସ୍ଥାନରେ ପଡ଼ିଥିଲା । ଯେଉଁଥିରେ ୮୦ ହଜାର ଲୋକ ଜୀବନ ହାରିଥିଲେ । ଆହୁରି ଅନେକ ଆହତ ହୋଇଥିଲେ ।

ଏହାର ତିନି ଦିନ ପରେ ଆଉ ଏକ ବମ୍, ନାଗାସାକୀ ଉପରେ ଫିଙ୍ଗା ଯାଇଥିଲା । ସକାଳ ୧୧ଟା ସମୟରେ ଏହାର ସହରରେ ପଡ଼ିଥିଲା । ଏଥିରେ ୪୦ହଜାର ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଏଥିରେ କ୍ଷତି ବେଶି ହୋଇନଥିଲା । କାରଣ ଏହା ଏକ ଘାଟୀ ଉପରେ ପଡ଼ିଥିଲା । ଆଉ ଏହାର ପ୍ରଭାବ କେବଳ ୧.୮ ବର୍ଗ ମାଇଲ୍ ପର୍ଯ୍ୟନ୍ତ ହୋଇଥିଲା । ହେଲେ ଏହା ଭିତରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି ଆମେରିକା କାହିଁକି ଏହି ବମ୍ ପକାଇଥିଲା । ଅନେକ ଲୋକ ଏହାର କାରଣ ଖୋଜୁଛନ୍ତି ।

୧୯୪୫ ବେଳକୁ ଜାପାନ ଏବଂ ଆମେରିକା ମଧ୍ୟରେ ବିବାଦ ଖୁବ୍ ବଢ଼ିଯାଇଥିଲା । ଜାପାନ ସେତେବେଳେ ଇଣ୍ଡୋଚାଇନା ଉପରେ କବଜା କରିବାର ନୀତି ଆପଣାଇଥିଲା । ଯଦ୍ୱାରା ଆମେରିକା କ୍ଷୋଭ ପ୍ରକାଶ କରିଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ୍ ପରମାଣୁ ବମ୍ ଉପଯୋଗ କରିବାକୁ ଅନୁମତି ଦେଇଥିଲେ । ଯଦ୍ୱାରା ଜାପାନ ଆତ୍ମସମର୍ପଣ କରିବ । ଟ୍ରୁମ୍ୟାନ୍ ଚେତ୍ରେଇଥିଲେ ଯେ, ଯନି ଜାପାନ ଆତ୍ମସମର୍ପଣ ନକରେ ତାହେଲେ ଜାପାନର କୌଣସି ସହର ଉପରେ ପରମାଣୁ ବମ୍ ପକାଯିବ ଏବଂ ତାକୁ ଜନଶୁନ୍ୟ କରିଦେବୁ । କିନ୍ତୁ ଜାପାନ, ଆମେରିକାର କୌଣସି ଚେତାବନୀକୁ ମାନିନଥିଲା କି କୌଣସି ବୁଝାମଣା କରିନଥିଲା । ଏହାପରେ ଆମେରିକା ନିଷ୍ପତ୍ତି ନେଇଥିଲା ଯେ, ହିରୋସୀମା ଉପରେ ଅଗଷ୍ଟ ୬ ତାରିଖରେ ଏବଂ ନାଗାସାକୀ ଉପରେ ଅଗଷ୍ଟ ୯ ତାରିଖରେ ପରମାଣୁ ବୋମା ପକାଯିବ ।

କେବଳ ହିରୋସୀମା ଏବଂ ନାଗାସାକୀ ଉପରେ ବମ୍ ପକାଇବା ପଛରେ ଅନେକ କାରଣ ରହିଛି । ଟ୍ରୁମ୍ୟାନ୍ ଚାହୁଁଥିଲେ ଏମିତି ଏକ ସହର ଉପରେ ବମ୍ ପକାଇବେ ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର କ୍ଷତି ହେବ । ଏଥିସହିତ ଜାପାନର ସେନା କ୍ଷମତା ଯେଉଁଠାରେ ଅଧିକ ରହିଥିବ ସେହି ଭଳି ଏକ ସହରରେ ବମ୍ ପକାଇବ । ତେଣୁ ସେ ସମୟରେ ହିରୋସୀମା ଏସବୁ ଦିଗରୁ ଉପଯୁକ୍ତ ସହର ଥିଲା । ଏହା ଜାପାନର ଏକ ବଡ଼ ସହର ଥିଲା । ଏଠାରେ ସୈନ୍ୟବାହିନୀଙ୍କ ହେଡ୍ କ୍ୱାଟର୍ ମଧ୍ୟ ରହିଥିଲା । ହେଲେ ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେଣୁ ଏହି ଦିନକୁ ସବୁବେଳେ ମନେ ପକାଯାଉଛି ।

Get real time updates directly on you device, subscribe now.