fbpx
BSKY SKY
BSKY SKY

ବଇରୀ ସାଜିଲେ ଅଧ୍ୟାପକ: ୧୪ ବର୍ଷର ଛାତ୍ରୀଙ୍କୁ ପାଠ ପଢ଼ାଇବା ନାଁରେ ଘରେ ରଖି କରୁଥିଲେ ଦୁଷ୍କର୍ମ!

BSKY

ଗୌହାଟୀ: ବର୍ତ୍ତମାନ ସମାଜରେ ମହିଳା ମାନେ ବଞ୍ଚିବା କଷ୍ଟକର ହୋଇ ପଡିଲାଣି । ଘରଠାରୁ ଆରମ୍ଭ କରି ସ୍କୁଲ୍ ପର୍ଯ୍ୟନ୍ତ କେଉଁଠି ମଧ୍ୟ ସୁରକ୍ଷିତ ନାହାନ୍ତି ମହିଳା । ଏହା ମଧ୍ୟରେ ଆସାମରୁ ଏକ ଚକିତ କଲା ପରି ଖବର ଆସି ପହଞ୍ଚିଛି । ଜଣେ କଲେଜ୍ ଅଧ୍ୟାପକ ନିଜ ଘରେ ଏକ ୧୪ ବର୍ଷର ନାବାଳିକାଙ୍କୁ ପଢ଼ାଇବା ପାଇଁ ରଖିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ଉକ୍ତ ନାବାଳିକା ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ତାଙ୍କ ସହ ଯୌନ ଉତ୍ପୀଡନ ହେଉଥିବା ମେସେଜ୍ କରିଥିଲେ ବୋଲି ମଧ୍ୟ ଜଣାପଡିଛି । ଅଧ୍ୟାପକଙ୍କ ଘର ଆସାମର ଚିରାଙ୍ଗ ଜିଲ୍ଲାରେ ହୋଇଥିବା ବେଳେ ନାବାଳିକା ତାଙ୍କ ଘରେ ବର୍ଷେ ହେବ ରହି ଆସୁଥିଲେ । ବର୍ତ୍ତମାନ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ୍ ।

ପୋଲିସ୍ କହିବା ଅନୁସାରେ, ଅଧ୍ୟାପକଙ୍କ ଘରେ ୧୪ ବର୍ଷର ନାବାଳିକା ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ବିଷୟରେ ପୋଲିସକୁ ଅଧ୍ୟାପକଙ୍କ ପରିବାର ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇଥିଲା । ଖାଲି ସେତିକି ନୁହେଁ ପୋଲିସ୍ କୁ ନଜଣାଇ ଅଧ୍ୟାପକ ଏବଂ ତାଙ୍କ ପରିବାର ଲୋକ ମିଶି ନାବାଳିକାଙ୍କ ଶବଦାହ କରିବାକୁ ଯାଇଥିଲେ । ଏହି ସମୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶବଦାହକୁ ଅଟକାଇଥିଲା । ଏହାପରେ ପୋଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ତେବେ ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ନାବାଳିକା ଜଣକ ଆତ୍ମହତ୍ୟା କରିବା ପୂର୍ବରୁୁ ତାଙ୍କର ଜଣେ ବନ୍ଧୁଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମେସେଜ୍ ପଠାଇଥିଲେ । ସେଥିରେ ସେ କହିଥିଲେ ଯେ, ତାଙ୍କ ସହିତ ଦୁଷ୍କର୍ମ ହୋଇଛି । ତେଣୁ ସେ ଆଉ ବଞ୍ଚିରହିବାକୁ ଚାହୁଁ ନାହାନ୍ତି । ପୋଲିସ୍ ସବୁକିଛି ଯାଞ୍ଚ ପରେ ଅଧ୍ୟାପକଙ୍କୁ ପ୍ରମାଣ ଲୁଚାଇବା ଏବଂ ପୋକ୍ସୋ ଆକ୍ଟ ଆଧାରରେ କୋର୍ଟରେ ହାଜର କରାଇଛି ଏବଂ କୋର୍ଟ ତାଙ୍କୁ ତିନିଦିନିଆ ପୋଲିସ୍ ହେପାଜତକୁ ପଠାଇଛନ୍ତି ।

Get real time updates directly on you device, subscribe now.