fbpx

ଝଟକା : ଦୁନିଆରେ ରହିବାଯୋଗ୍ୟ ଦେଶ ତାଲିକାରେ ଭାରତ ନିମ୍ନରେ, ଜାଣନ୍ତୁ କେଉଁ ଦେଶ ଶୀର୍ଷରେ

ନୂଆଦିଲ୍ଲୀ ୨୦ ।୦୫: କାମ କରିବା ଓ ବସବାସ ଯୋଗ୍ୟ ଦେଶର ବୈଶ୍ୱିକ ତାଲିକାରେ ଭାରତ ନିମ୍ନ ସ୍ଥାନରେ ରହିଛି । ଭାରତୀୟ ବଂଶୋଦ୍ଭବ ଓ ବିଦେଶୀ ଲୋକଙ୍କ ପସନ୍ଦ ଉପରେ ଆଧାରିତ ସୂଚକାଙ୍କ ‘ଏକ୍ସପେଟ୍ ଇନସାଇଡର-୨୦୨୧’ ଜରିଆରେ ଏହି ସୂଚନା ସାମ୍ନାକୁ ଆସିଛି । ଭାରତର ଏହି ଅବସ୍ଥା ପାଇଁ କରୋନା ମହାମାରୀକୁ ଦାୟୀ କରାଯାଇଛି । ଏହି ସୂଚକାଙ୍କ ନିଜ ଦେଶକୁ ଛାଡି ଅନ୍ୟ ଦେଶରେ ରହୁଥିବା ଲୋକଙ୍କ ପସନ୍ଦ ଆଧାରରେ ଜର୍ମାନୀର ପ୍ରତିଷ୍ଠିତ ସଂଗଠନ ଇଂଟରନ୍ୟାସନ ଜାରି କରିଛି । ୫୯ ଦେଶର ୧୨୪୨୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଦେଶର ଜୀବନ ଗୁଣବତା, ଆର୍ଥିକ ସ୍ଥିତି, ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଦିକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି ।

୫୧ତମ ସ୍ଥାନରେ ଭାରତ
ଏହି ତାଲିକାରେ ୫୯ ଦେଶ ମଧ୍ୟରୁ ଭାରତର ସ୍ଥାନ ୫୧ତମ ସ୍ଥାନରେ ରହିଛି । ଭାରତୀୟ ବଂଶୋଦ୍ଭବ କିମ୍ବା ଏଠାରେ ରହି ସାରିଥିବା ବିଦେଶୀ ଲୋକଙ୍କ ମତରେ ଭାରତରେ ବାୟୁ ପ୍ରଦୂଷଣ, ପାନୀୟ ଓ ସ୍ୱଚ୍ଛତା ପରି ମୌଳିକ ବ୍ୟବସ୍ଥାର ସ୍ଥିତି ବହୁତ ଖରାପ । ଏହି କାରଣରୁ ସେଠାରେ ରହିବା ଆମ ପାଇଁ କଠିନ ଥିଲା । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା ମଧ୍ୟ ସେତେଟା ଉନ୍ନତମାନର ନୁହଁ ବୋଲି ସେମାନେ କହିଛନ୍ତି । ଏହି ସବୁ ମଧ୍ୟରେ ଗୋଟିଏ ଆଶ୍ୱସ୍ତିକର କଥା ଏହା ଯେ, ୮୨ ପ୍ରତିଶତ ପ୍ରବାସୀ ଭାରତର ଆର୍ଥିକ ସ୍ଥିତିକୁ ଉନ୍ନତମାନର କହିବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ଆମେରିକା ୩୪ତମ ସ୍ଥାନରେ ରହିଛି । ତାଇୱାନ କ୍ରମାଗତ ତୃତୀୟ ଥର ଶୀର୍ଷରେ ରହିଛି । କୁଏତ କ୍ରମାଗତ ସପ୍ତମ ଥର ନିମ୍ନ ସ୍ଥାନରେ ରହିଛି ।

ପରିସଂଖ୍ୟାନ

୫୯ ଦେଶକୁ ନେଇ ସର୍ଭେ
୫୧ତମ ସ୍ଥାନରେ ଭାରତ
୩୪ତମ ସ୍ଥ୍ୱାନରେ ଆମେରିକା
ସାତ ଥର କୁଏତକୁ ମିଳିଲା ଅନ୍ତିମ ସ୍ଥାନ
କ୍ରମାଗତ ତୃତୀୟ ଥର ତାଇୱାନ ଶୀର୍ଷରେ

ଶୀର୍ଷ ପାଂଚ ଦେଶ

ତାଇୱାନ
ମେକ୍ସିକୋ
କୋଷ୍ଟାରିକା
ମାଲେସିଆ
ପର୍ତୁଗାଲ

ନିମ୍ନରେ ଥିବା ଦେଶ

କୁଏତ
ଇଟାଲୀ
ଦକ୍ଷିଣ ଆଫ୍ରିକା
ଋୁଷ
ଇଜିପ୍ଟ ବା ମିଶର

Get real time updates directly on you device, subscribe now.