fbpx

ପ୍ରାଇଭେଟ ସ୍କୁଲରେ ୨୫ ପ୍ରତିଶତ ସିଟରେ ଆଡମିଶନ କରିପାରିବେ ଗରିବ ପିଲା! ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଗରିବ ଶ୍ରେଣୀର ପିଲାଙ୍କ ଶିକ୍ଷା ପାଇଁ ସରକାର ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଏଥିସହ ଶିକ୍ଷା ପାଇଁ ସରକାରଙ୍କ ଅବଦାନ ଅତୁଳନୀୟ । ତେବେ ଏହାରି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ଗରିବ ପିଲାଙ୍କ ପାଇଁ ଖୁସି ଖବର ହେବ । ଏଣିକି ପ୍ରାଇଭେଟ ସ୍କୁଲରେ ୨୫ ପ୍ରତିଶତ ସିଟରେ ଗରିବ ପିଲା ଆଡମିଶନ କରିପାରିବେ । ଏଭଳି ନିଷ୍ପତ୍ତି ସରକାର ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ସୂଚନାନୁଯାୟୀ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଦିନ କହିଛନ୍ତି ଯେ, ସରକାର ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଆଞ୍ଚଳିକ ଭାଷା ଘରୋଇ ବିଦ୍ୟାଳୟରେ ୨୫ ପ୍ରତିଶତ ସିଟ ସଂରକ୍ଷଣ କରିବାକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ସିଏମ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ପ୍ରସ୍ତାବ ଉପରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଜନତାଙ୍କ ମତାମତ ନେବାକୁ ନିଷ୍ପତ୍ତି ନେଇଛି ଏବଂ ଆସନ୍ତା ଶିକ୍ଷାବର୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଚାର ଚାଲିଛି ।

ସେ କହିଛନ୍ତି ଯେ, ଏହା ଅନ୍ତିମ ପ୍ରସ୍ତାବ ନୁହେଁ । ଆମେ ଏହି ଧାରଣାକୁ ଅନୁମୋଦନ କରିଛୁ ଏବଂ ବର୍ତ୍ତମାନ ଜନତାଙ୍କ ମତାମତ ନେବାକୁ ଚାହୁଁଛୁ । ଯଦି ସବୁକିଛି ଠିକ୍ ହୁଏ ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବୁ । ସରକାର ୨୫ ପ୍ରତିଶତ ସଂରକ୍ଷିତ ଛାତ୍ରଛାତ୍ରୀଙ୍କ ଫିସ ସ୍କୁଲରେ ଦାଖଲ କରିବେ । ତେବେ ଏହି ଯୋଜନାରେ ଯୋଗଦେବା ପାଇଁ ଶିକ୍ଷା ବିଭାଗରେ ଆବେଦନ କରିବାକୁ ପଡିବ ।

Get real time updates directly on you device, subscribe now.