Big News ୨୩ ନୁହେଁ, ୨୫ ତାରିଖରେ ହେବ ବିଧାନସଭା ନିର୍ବାଚନ: ଏହି ରାଜ୍ୟର ବଦଳିଲା ତାରିଖ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ତାରିଖରେ ହୋଇଛି ବଡ଼ ପରିବର୍ତ୍ତନ । ଏବେ ନଭେମ୍ବର ୨୩ ତାରିଖ ନୁହେଁ, ୨୫ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ । ଏ ନେଇ ନିର୍ବାଚନ କମିଶନଙ୍କ ତରଫରୁ ଏକ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ କୁହାଯାଇଛି ଯେ, ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ନଭେମ୍ବର ୨୩ ତାରିଖରେ ଭୋଟ ଗ୍ରହଣ ହେବା ନେଇ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି । ଏଣିକି ନଭେମ୍ବର ୨୩ ତାରିଖ ବଦଳରେ ନଭେମ୍ବର ୨୫ ତାରିଖରେ ଏହି ମତଦାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।