fbpx

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ରାଉରକେଲା, ୨୫ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ତେବେ ଦମକଳ ବାହିନୀଙ୍କ ଯୋଗୁଁ ବସ୍ତିର ବହୁତ ଘର ରକ୍ଷା ପାଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ରହମତ ନଗରରେ ଥିବା ଏକ ଟାୟାର ଗୋଦାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ଖବର ପାଇ ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଫଳରେ ବସ୍ତିର ୩୦୦ ଘର ରକ୍ଷା ପାଇଥିଲା ।

Get real time updates directly on you device, subscribe now.