fbpx

ଡିସେମ୍ବର ୯ ପୂର୍ବରୁ ଆବେଦନ କରନ୍ତୁ: ଆସିଷ୍ଟାଣ୍ଟ, ବ୍ୟକ୍ତିଗତ ସହାୟକ, କ୍ଲର୍କ, ଷ୍ଟେନୋଗ୍ରାଫର ଆଦି ୫୨୬ଟି ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଅନେକ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଯାଇଛି । ପ୍ରାର୍ଥୀଙ୍କୁ ସହାୟକ, କନିଷ୍ଠ ବ୍ୟକ୍ତିଗତ ସହାୟକ, ବରିଷ୍ଠ ବିଭାଗ କିରାଣୀ, ଷ୍ଟେନୋଗ୍ରାଫର, ବ୍ୟକ୍ତିଗତ ସହାୟକ ଆଦି ପଦବୀମାନଙ୍କରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୨୦ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୧୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ମୋଡ଼ରେ ପେମେଣ୍ଟ ଭରି ପାରିବେ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦ ଟଙ୍କା ରହିଛି । ଏସସି / ଏସଟି / ଇଏସଏମ / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।

୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ / ଡିପ୍ଲୋମା ସହିତ ଟାଇପିଂ ସ୍ପିଡ ପ୍ରତି ମିନିଟ୍ ପିଛା ୬୦ ଶବ୍ଦ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://apps.ursc.gov.in/CentralOCB-2022/advt.jsp

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-ISRO-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.isro.gov.in/

Get real time updates directly on you device, subscribe now.