ନଭେମ୍ବର ୧୭ରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ବ୍ରୋଡ ସ୍ପେଶିଆଲିଟି) ପଦ ପାଇଁ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ନଭେମ୍ବର ମାସ ୧୭ ତାରିଖ (ରବିବାର) ଦିନ ଆସିଷ୍ଟାଣ୍ଟ ପ୍ରଫେସର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ବିଷୟର ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ବିଷୟର ପରୀକ୍ଷା କରାଯିବ । ପିଡବ୍ଲ୍ୟୁଡି ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ୬୦ ମିନିଟ୍ ସମୟ ଦିଆଯିବ । ଏହି ପରୀକ୍ଷାକୁ ନେଇ ଓଡ଼ିଶା ଲେକସେବା ଆୟୋଗ (ଓପିଏସସି) ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.