ଜାନୁଆରୀ ୨୧ରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ସୁପର ସ୍ପେଶାଲିଟି) ପଦର ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏମସିଏଚ) ମାନଙ୍କରେ ଏହି ପଦ ପୂରଣ ହେବ । ଆସନ୍ତା ମାସ ୨୧ ତାରିଖ (ମଙ୍ଗଳବାର) ଦିନ ଆସିଷ୍ଟାଣ୍ଟ ପ୍ରଫେସର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । କାର୍ଡିଓଲୋଜି, ସି.ଟି.ଭିଏସ. ଏଣ୍ଡୋକ୍ରିନୋଲୋଜି, ନେଫ୍ରୋଲୋଜି, ନ୍ୟୁରୋସର୍ଜରୀ, ପେଡିଆଟ୍ରିକ ସର୍ଜରୀ, ପ୍ଲାଷ୍ଟିକ ଆଣ୍ଡ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ଆଦି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସରମାନେ ନିଯୁକ୍ତି ପାଇବେ । ଲିଖିତ ପରୀକ୍ଷାକୁ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରାର୍ଥୀମାନେ ଏହି ନିଯୁକ୍ତିର ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।