fbpx
BSKY SKY
BSKY SKY

ଶୀତଦିନେ ବଢ଼ିପାରେ ଆସ୍ଥମା ଆଟାକର ବିପଦ: ଜାଣନ୍ତୁ କିପରି ବର୍ତ୍ତିବେ

BSKY

ଶୀତଦିନେ ଆସ୍ଥମା ରୋଗୀଙ୍କ ପାଇଁ ସମସ୍ୟା ବଢଯାଇିଥାଏ । ଆସ୍ଥମା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ କିନ୍ତୁ ଏହି ରୋଗ ଡାଏଟ୍, ଇନହେଲର୍ ଏବଂ କିଛି ମେଡିସିନ୍ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ । ଆସ୍ଥମାରେ ପୀଡିତ ଲୋକଙ୍କ ବାୟୁମାର୍ଗ ଅଧିକ ସମ୍ବେଦନଶୀଳ ହୋଇଥାଏ ଓ ଏଥିରେ ଇନଫ୍ଲାମେସନର ଆଶଙ୍କାର ଅଧିକ ଥାଏ । ଥଣ୍ଡା ପବନ ବାୟୁମାର୍ଗକୁ ଶୁଖିଲା କରିପାରେ, ଯେଉଁଥିରେ ଆଖପାଖର ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଆସ୍ଥମାରୁ ବର୍ତ୍ତିବା ପାଇଁ ସୁସ୍ଥ ଓ ସନ୍ତୁଳିତ ଆହାର, ଯେଉଁଥିରେ ବହୁତ ସାରା ଫଳ ଓ ପରିବା ସାମିଲ ରହିଛି, ତାହାକୁ ଖାଇବା ଉଚିତ୍ । ଏହା ଦ୍ୱାରା ଆସ୍ଥମାର ଲକ୍ଷଣକୁ ବର୍ତ୍ତିବା ପାଇଁ ସହାୟତା ମିଳିଥାଏ ।

ରିସର୍ଚ୍ଚ ଅନୁସାରେ, ରସୁଣରେ ଅନେକ ତତ୍ତ୍ୱ ରହିଛି, ଯାହା କି ଇନଫ୍ଲାମେସନକୁ କମ୍ କରିବାକୁ ସହାୟକ ହୋଇପାରେ । ଏହା ସହ ଯେଉଁ ଲୋକମାନଙ୍କର ଆସ୍ଥମା ସମସ୍ୟା ରହିଛି, ସେମାନଙ୍କୁ ସମୟ ସମୟରେ ମେଡିସିନ୍ ଓ ଇନହେଲର ନେବାକୁ ପରାମର୍ଶ ଦିଆଯାଇଛି ।

ଏହା ସହ ଆସ୍ଥମା ରୋଗୀଙ୍କୁ ସବୁବେଳେ ସେମାନଙ୍କ ସହିତ ଷ୍ଟେରଏଡ୍ ମେଡିସିନ୍ ରଖିବାକୁ ପଡେ । ଆସ୍ଥମା ରୋଗୀଙ୍କୁ ଧୂଳି, ମଳି ଏବଂ ଥଣ୍ଡା ଠାରୁ ଦୂରେଇ ରହିବାକୁ ପଡିବ । ସେଥିପାଇଁ ଶୀତଦିନେ ଯଥାସମ୍ଭବ ବାହାରକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.