ସଠିକ ଢଙ୍ଗରେ ଲଗାନ୍ତୁ ସିନ୍ଦୂର: ମିଳିବ ମହାଲକ୍ଷ୍ମୀଙ୍କ କୃପା ସହ ସ୍ୱାମୀଙ୍କ ପ୍ରେମ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ସଧବା ନାରୀର ଗହଣା ହେଲା ସିନ୍ଦୂର । ଯାହାକୁ ପିନ୍ଧିବା ଦ୍ୱାରା ଇହକାଳ ପରକାଳ ଦେବତାଙ୍କ ଆୟୁଷ ବଢ଼େ । ତେବେ ଏହି ସିନ୍ଦୂରକୁ ନେଇ ଶାସ୍ତ୍ରରେ କିଛି ବିଶେଷ ନିୟମ ରହିଛି । ଏହି ନିୟମଗୁଡ଼ିକୁ ଯେଉଁନାରୀ ମାନି ସେପରି ପରି ଭାବେ ସିନ୍ଦୂର ଲଗାନ୍ତି ତେବେ ସେମାନଙ୍କ ସୌଭାଗ୍ୟ ବଢ଼େ ଏବଂ ସ୍ୱାମୀ ଦୀର୍ଘାୟୁ ହୁଅନ୍ତି । ଉଭୟଙ୍କ ମଧ୍ୟରେ ଗଭୀର ପ୍ରେମ ସମ୍ପର୍କ ମଧ୍ୟ ଗଢ଼ିଉଠେ ଓ ସମ୍ପର୍କ ମଜଭୁତ ହୋଇଥାଏ । ଖାଲି ଏତିକି ନୁହେଁ ଘରେ ସୁଖ, ଶାନ୍ତି ମଧ୍ୟ ବଢ଼ିଥାଏ ।

ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ସିନ୍ଦୂର ଲଗାଇବା ଭଲ । ଐଶାନ୍ୟ କୋଣକୁ ମୁହଁ କରି ମଥାରେ ସିନ୍ଦୂର ଲଗାଇଲେ ମହିଳା ସୌଭାଗ୍ୟବତୀ ହୁଅନ୍ତି । ବାସ୍ତୁ ଅନୁସାରେ ଉତ୍ତର ଓ ପୂର୍ବ ଦିଗରେ ଦେବତା ବାସ କରନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି ଫରୁଆରେ ସବୁବେଳେ ରୂପା କଏନ୍ ରଖନ୍ତୁ, ଯେଉଁଥିରେ ପ୍ରତିଦିନ ମହିଳାମାନେ ମଥାରେ ସିନ୍ଦୂର ଲଗାଇବା ଭଲ ହୋଇଥାଏ । ଏପରି କରିବା ଦ୍ୱାରା ମାତା ବାର୍ପତୀ ଓ ଲକ୍ଷ୍ମୀଙ୍କ କୃପା ସବୁବେଳ ପାଇଁ ରହିବ ।

ସିନ୍ଦୂର ଲଗାଇବା ପରେ ପ୍ରଥମେ ସ୍ୱାମୀଙ୍କ ମୁହଁ ଦେଖିବା ଶୁଭଙ୍କର ହୋଇଥାଏ । ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ମଧ୍ୟ ହୁଏ । ଯଦି ସ୍ୱାମୀ ପାଖରେ ନ ଥାନ୍ତି ତେବେ ତାଙ୍କ ଫଟୋ ଦେଖିପାରିବେ । ଦେବୀ ପାର୍ବତୀଙ୍କ ପୂଜାରେ ବ୍ୟବହାର ହେଉଥିବା ସିନ୍ଦୂରରୁ ଟିକେ ନେଇ ମହିଳାମାନେ ଫରୁଆରେ ରଖିଥିବା ସିନ୍ଦୂର ସହ ମିଶେଇ ମଧ୍ୟ ଲଗେଇ ପାରିବେ । ଋତୁସ୍ରାବ ସମୟରେ ସୋମବାର ଦିନ ମୁଣ୍ଡରୁ ସିନ୍ଦୂର ଧୋଇବା ଅନୁଚିତ୍ । ରବିବାର ଦିନ ହିଁ ମୁଣ୍ଡ ଧୋଇ ଗାଧୋଇବା ଭଲ । ଯେଉଁ ମହିଳାଙ୍କର ପ୍ରଥମ ସନ୍ତାନ ପୁଅ ସେମାନେ ମଧ୍ୟ ଏପରି କରିବା ଅନୁଚିତ୍ । କାରଣ ଏହାଦ୍ୱାରା ଉଭୟ ସ୍ୱାମୀ ଓ ସନ୍ତାନର କ୍ଷତି ହେବାର ଆଶଙ୍କା ରହିଛି ।