fbpx

ରେଳ ଅନୁଦାନ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: ଓଡ଼ିଶାରେ ଖୁବଶୀଘ୍ର ଚାଲିବ ଲୋକାଲ ଟ୍ରେନ

ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ପ୍ରତିକ୍ରିୟାର ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରେସମିଟ୍ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ କହିଛନ୍ତି ଇତିହାସରେ ପ୍ରଥମ ଥର ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୪ ପରଠାରୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଅନୁଦାନ ବଢ଼ିଛି । ୨୦୧୪ ରୁ ୧୯ ପର୍ଯ୍ୟନ୍ତ ମୋଦି ହାରାହାରି ବାର୍ଷିକ ୪୧୨୬ କୋଟି ଦେଇଥିଲେ, ୨୦୧୯-୨୦ ରେ ୪୫୬୮, ୨୦୨୧-୨୨ ରେ ପ୍ରଥମେ ୫୯୨୧ କୋଟି ଓ ପରେ ୫୫୦ କୋଟି, ସମୁଦାୟ ୬୪୭୧ କୋଟି ଦିଆଯାଇଛି । ସେ ଆହୁରି କହିଛନ୍ତି ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି, ଯାହା ପୂର୍ବ ୟୁପିଏ ସରକାର ତୁଳନାରେ ୧୦ ଗୁଣ ଅଧିକ । କଂଗ୍ରେସ ସମୟରେ ୨୦୦୯ ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା ।

ରେଳମନ୍ତ୍ରୀ ଆହୁରି କହିଛନ୍ତି ରେଳ ପାଇଁ ବିକାଶ ପାଣ୍ଠିର ଅଭାବ ରହିବ ନାହିଁ  । କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ ଏଯାଏଁ ୫୦% ଜମି ଅଧିଗ୍ରହଣ ହୋଇଛି, ରାଜ୍ୟ ଜମି ଦେଲେ କାର୍ଯ୍ୟ ଆରମ୍ଭ ହେବ । ‘ବନ୍ଦେ ଭାରତ’ ଓଡ଼ିଶାରେ ବି ଚାଲିବ, ଏହା ସାରା ଦେଶ ପାଇଁ ଘୋଷଣା ହୋଇଛି, ଓଡ଼ିଶାରେ ବି ଏହା ଚାଲିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ୯,୭୩୪ କୋଟିର ରେଳ ବଜେଟ ଘୋଷଣା କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟିର ବ୍ୟୟବରାଦ ହୋଇଛି । ଏହା ବ୍ୟତୀତ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି ମଞ୍ଜତୁର କରାଯାଇଛି । ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତାଳଚେର ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ନୌପଡା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.