ଭୟଙ୍କର ଘୂର୍ଣ୍ଣିଝଡ଼, ଘୂର୍ଣ୍ଣିଝଡ଼ ତାଣ୍ଡବରେ ଭାଙ୍ଗିଲା ଏକାଧିକ ଘର ଓ କାର, ମାଟିରେ ମିଶିଲା ସ୍କୁଲ

ସୁ ସୁ ଗର୍ଜନ କରି ମାଡ଼ି ଆସିଲା ଘୂର୍ଣ୍ଣିଝଡ଼। ତାଣ୍ଡବ ରଚିବା ସହ ସବୁ କିଛି ଛାରଖାର କରିଦେଲା। ଗଛ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ ଉପାଡ଼ିଲା। ଏବେ ସୁଦ୍ଧା ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଏବେବି ମାଟି ତଳେ ରହିଛନ୍ତି ଅନେକ।

ଆମେରିକା: ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼। ସୁ ସୁ ଗର୍ଜନ କରି ମାଡ଼ି ଆସିଲା। ଗଛ ସବୁ ଉପାଡି ପକାଇଲା। ବିଦ୍ୟୁତ ଖୁଣ୍ଟ ସବୁ ତଳେ ପଡିଗଲା। ଘକ ଗାଡ଼ି ସବୁ ଛିନ ଛତର ହୋଇଗଲା। ଆଉ ଘର ଭିତରେ ଚାପି ହୋଇ ମରିଗଲେ ଅନେକ ଲୋକ।

କେହି କିଛି ବୁଝିବା ଆଗରୁ ମାଡ଼ି ଆସିଲା ଘୂର୍ଣ୍ଣିଛଡ଼। ଆଉ ତାଣ୍ଡବ ରଚିଲା। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ, ଏବେ ସୁଦ୍ଧା ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏବେବି ମାଟି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘୂର୍ଣ୍ଣିଝଡ ଶନିବାର ଦିନ ତାଣ୍ଡବ ପଚିଥିଲା। ଯାହାର ପ୍ରଭାବ ଏବେସୁଦ୍ଧା ଆମେରିକା ଉପରେ ରହିଛି।

ହଁ ଏହି ଘୂର୍ଣ୍ଣିଝଡ ଆମେରିକାରେ ତାଣ୍ଡବ ରଚିଛି। ବିଶେଷ କରି ଟେକ୍ସାସ ଏବଂ ମିସୌରୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭୟଙ୍କର ଘୂର୍ଣ୍ଣିଝଡ଼ରେ ଏକାଧିକ ଘର ଓ କାର ଭାଙଅଗି ରୁଜି ଚୁରମାର ହୋଇଯାଇଛି। ମାଟିରେ ମିଶିଯାଇଛି ସ୍କୁଲ ଓ ବଡ଼ବଡ଼ ଅଟ୍ଟାଳିକା। ଗଛ ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ରାସ୍ତା ଓ ଘର ଉପରେ ପଡିଛି।