ଅଜବ ବାହାଘର, ଫୁଲମାଳ ବଦଳରେ ବେକରେ ପଡିଲା ସାପମାଳ
ବାହାଘରକୁ ସ୍ମରଣୀୟ କରିବା ପାଇଁ ବର କନ୍ୟା ନିଜ ବାହାଘରରେ ବେକରେ ଫୁଲ ମାଳ ପକାଇବା ବଦଳରେ ପକାଇଛନ୍ତି ସାପମାଳ
ଓଡିଶା ଭାସ୍କର: ବର କନ୍ୟାଙ୍କ ବେକରେ ଫୁଲ ମାଳ ବଦଳରେ ପଡିଲା ସାପ ମାଳ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ, ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଫୁଲ ମାଳ ବଦଳରେ ସାପ ମାଳ ପକାଇଛନ୍ତି ବର କନ୍ୟା।
ବିବାହକୁ ସ୍ମରଣୀୟ କରିବା ପାଇଁ ଲୋକେ କେତେ କଣ ଅଜବ କାମ କରିଥାନ୍ତି। କିନ୍ତୁ ଏହି ବିବାହ ଥିଲା ସବୁଠାରୁ ନିଆରା। ଯେହେତୁ ଏଇଟା ଇଣ୍ଟରନେଟ ଯୁଗ ଟିକେ କିଛି ଅଜବ ଦେଖିଲେ ମାତ୍ରେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହେଇଯାଏ। ଯେପରି ଏହି ଭିଡିଓ ଟି।
ଏହି କାମ କରିବା ଯେତିକି ଭିନ୍ନ ହୋଇଥାଏ ସେତିକି ବିପଦ ମଧ୍ୟ ହୋଇଥାଏ। ଯେମିତିକି ଏହି ଭିଡିଓରେ ଦେଖାଯାଉଛି କନ୍ୟା ଏବଂ ବର ଉଭୟଙ୍କ ବେକରେ ଏକ ବିରାଟ ଅଜଗର ରହିଛି। ଅଜଗରର ଲାଞ୍ଜ କନ୍ୟା ଆଡକୁ ଥିଲାବେଳେ ବର ଆଡକୁ ଅଜଗରର ମୁହଁ ରହିଥିଲା।
କିନ୍ତୁ ହଠାତ ଅଜଗରଟି ତା’ର ମୁହଁ କନ୍ୟା ଆଡକୁ ନେଇ ଯିବାରୁ କନ୍ୟା ଭୟରେ ପଛକୁ ପଳାଇ ପଡିଗଲେ। ଯେଉଁଥିପାଇଁ ଅଜଗରର ମାଲିକ ତୁରନ୍ତ ଅଜଗରକୁ ତା’ର ବାକ୍ସରେ ରଖି ତାକୁ ବନ୍ଦ କରିଦେଲେ। ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ, କନ୍ୟା ଏହି ଘଟଣା ପାଇଁ ବହୁତ ଭୟଭୀତ।
ଏହି ଭିଡିଓ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ, ଏହାର ଭ୍ୟୁ ବର୍ତ୍ତମାନ ସୁଦ୍ଧା 92 ଲକ୍ଷ ହୋଇଗଲାଣି।