fbpx

କେଉଁ ବୟସରେ ଭାରତୀୟ ମହିଳମାନେ ସ୍ୱଇଚ୍ଛାରେ ରଖନ୍ତି ଯୌନ ସମ୍ପର୍କ ?

ନୂଆଦିଲ୍ଲୀ : ଏକ ଦଶନ୍ଧି ପୂର୍ବରୁ ଶିଶୁ ଯୌନ ଶୋଷଣ ମାମଲାର ମୁକାବିଲା ପାଇଁ ଭାରତ ଏକ କଠୋର ନୂତନ ନିୟମ ପ୍ରଣୟନ କରିଥିଲା। ବର୍ତ୍ତମାନ କିଶୋରମାନଙ୍କ ମଧ୍ୟରେ ସମ୍ମତିଭିତ୍ତିକ ଯୌନ ସମ୍ପକକୁ ଅପରାଧୀକରଣ କରିବାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଯାହା ପରବର୍ତ୍ତୀ ସମୟରେ ଯୌନ ଶୋଷଣର ଅଭିଯୋଗ ଆଣନ୍ତି ।  ଦିଲ୍ଲୀର ଏକ ଜିଲ୍ଲାରେ ଜଣେ ୧୬ ବର୍ଷର ଝିଅକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନାବାଳିକା ଜଣକ ପୋଲିସକୁ କହିଥିଲେ ଯେ ତାଙ୍କୁ ବଳାତ୍କାର କରାଯାଇ ନାହିଁ। ବରଂ ସେ ସ୍ୱଇଚ୍ଛାରେ ତାଙ୍କ ନିକଟକୁ ଯାଇଥିଲେ ବୋଲି ପୀଡିତା ପୋଲିସକୁ ବୟାନ ଦେଇଥିଲେ । ନାବାଳିକାଙ୍କ ପିତାମାତା ପଡୋଶୀ ଜଣେ ନାବାଳକାଙ୍କ ବିରୋଧରେ ଅଭିଯୋଗ କରି ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗିରଫ କରାଯାଇଥିଲା। କିନ୍ତୁ ନାବାଳିକାଙ୍କ ବିବୃତ୍ତି ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

ଭାରତୀୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ସର୍ବଶେଷ ଆକଳନରୁ ଜଣାପଡିଛି ଯେ ଭାରତର ଲୋକମାନେ ଅଳ୍ପ ବୟସରେ ଯୌନ ସମ୍ପର୍କ ରଖୁଛନ୍ତି। ୩୯ ପ୍ରତିଶତରୁ ଅଧିକ ଭାରତୀୟ ମହିଳା ୧୮ ବର୍ଷ ବୟସ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଛନ୍ତି। ୨୫-୪୯ ବୟସର ୧୦ ପ୍ରତିଶତ ସ୍ୱୀକାର କରିଛନ୍ତି ଯେ, ସେମାନେ ୧୫ ବର୍ଷ ବୟସ ପୂର୍ବରୁ ଯୌନ ସମ୍ପର୍କ ରଖିଥିଲେ। କିନ୍ତୁ ଏହାକୁ ସମ୍ମତି ସଂପର୍କରେ ଦେଖାଯିବା ଉଚିତ୍ ନୁହେଁ । ଅବଶ୍ୟ ଦକ୍ଷିଣ ଏସିଆର ଅନେକ ଦେଶ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ମାତ୍ର ୧୬ ବର୍ଷ ବୟସରେ ମହିଳାମାନେ ନିଜ ସମ୍ମତିରେ ଯୌନ ସମ୍ପର୍କ ରଖିଛନ୍ତି ।

ସର୍ବେକ୍ଷଣ ଅନୁଯାୟୀ, ଭାରତୀୟ ମହିଳାମାନେ ୧୮ ବର୍ଷ ବୟସ ପୂର୍ବରୁ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିଲେ। ୫୮ ପ୍ରତିଶତ ମହିଳା ୨୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିଥିଲେ। ଅପରପକ୍ଷରେ ଯଦି ଆମେ ପୁରୁଷମାନଙ୍କ କଥା କହିବା ତେବେ ହାରାହାରି ୨୪ ବର୍ଷ ବୟସରେ ପ୍ରଥମ ଥର ପାଇଁ ଯୌନ ସମ୍ପର୍କ ରଖିଥାନ୍ତି । ଯାହା ମହିଳାଙ୍କ ତୁଳନାରେ ପାଞ୍ଚ ବର୍ଷ ପରେ ହୋଇଥାଏ । ଏକ ପ୍ରତିଶତ ପୁରୁଷ ପ୍ରଥମ ଥର ୧୫ ବର୍ଷ ବୟସରେ ଶାରୀରିକ ସମ୍ପର୍କ ରଖିଥାନ୍ତି ଏବଂ ୭% ପୁରୁଷ ୧୮ ବର୍ଷ ବୟସ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଥାନ୍ତି । ଭାରତରେ ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁ ପୂର୍ବରୁ ବିବାହ କରନ୍ତି, ଯେଉଁ ବୟସରେ ସେମାନେ ଯୌନ ସମ୍ପର୍କ ରଖନ୍ତି ।

Get real time updates directly on you device, subscribe now.