fbpx

ବାଜପେୟୀଙ୍କ ଅନ୍ତିମ ସଂସ୍କାର କିଏ କରିଥିଲେ, କଣ ଥିଲା ବାଜପେୟୀଙ୍କ ପ୍ରେମକାହାଣୀ…

ଭୁବନେଶ୍ୱର: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି । ୧୬ଅଗଷ୍ଟ ୨୦୧୮ ରେ ଆଖି ବୁଜିଥିଲେ ବାଜପେୟୀ । ଆଜି ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି । ଅତୀତରେ ଅଟଳ ଏକ ମାତ୍ର ରାଜନେତା ଥିଲେ ଯାହାଙ୍କ ପ୍ରେମ କାହାଣୀ ଙ୍କୁ ନେଇ ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚା ହେଉଛି । ପ୍ରେମ କାହାଣୀ ଠାରୁ ଆରମ୍ଭ କରି ଚିତାରେ ଜଳିବା ପର୍ଯ୍ୟନ୍ତ ବାଜପେୟୀଙ୍କ ସହ ଜଡିତ ସମସ୍ତ କଥା ଚର୍ଚ୍ଚାର ବିଷୟ ଥିଲା । ତେବେ ଆପଣ ଜାଣନ୍ତି ବାଜପେୟୀ ଙ୍କ ଚିତାକୁ କିଏ ମୁଖାଗ୍ନୀ ଦେଇଥଲେ?

ଆପଣ ଏକଥା ନିଶ୍ଚଯ ଜାଣିଥିବେ ଅଟଳ ଆଜୀବନ କୁଆଁରା ଥିଲେ । କିନ୍ତୁ ସେ ଗୋଟିଏ ଝିଅଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ । ତାଙ୍କର ନାମ ଥିଲା ନମିତା । ନମିତା ରାଜକୁମାରୀ କୌଲଙ୍କର ଝିଅ ଥିଲେ । ତେବେ ଆପଣ ଭାବୁଥିବେ ରାଜକୁମାରୀ କୌଲ କିଏ?
ରାଜକୁମାର ଆଉ ବାଜପେୟୀଙ୍କ ପ୍ରେମ କାହାଣୀ ଉଲ୍ଲେଖ ଏନ ପିଙ୍କ ଦ୍ୱାରା ଲିଖିତ ଦ ଅନଟୋଲ୍ଡ ଷ୍ଟୋରୀ ରେ ପ୍ରକାଶ କରାଯାଇଛି ।ରାଜା ରାଣୀଙ୍କ ଗପ ଠାରୁ କିଛି କମ ନୁହେଁ ଅଟଳଙ୍କ ପ୍ରେମ କାହାଣୀ । ଆପଣ ଏକଥା ନିଶ୍ଚୟ ଜାଣିଥିବେ ଅଟଳ ଆଜୀବନ କୁଆଁରା ଥିଲେ । ହେଲେ ସେ ଏକ ମାତ୍ର ନେତା ଥିଲେ ଯିଏ ତାଙ୍କ ପ୍ରେମ କାହାଣୀ କୁ ଲୁଚାଇ ନ ରଖି ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ । ଆଉ ଯେତେ ବେଳେ ଅଟଳଙ୍କ ପ୍ରେମ କଥା ଉଠେ ସେତେବେଳେ ରାଜକୁମାରୀ କୌଲ ଙ୍କ ନାମ ଉଠେ । ରାଜ କୁମାରୀ କୌଲ ହିଁ ବାଜପେୟୀଙ୍କ ପ୍ରେମିକା ଥିଲେ । ଯାହାଙ୍କୁ ବାଜପେୟର ବହୁତ ଭଲ ପାଉଥିଲେ । ଆଉ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ କୌଲଙ୍କୁ ଏକ ବହି ଭିତରେ ଚିଠି ଲେଖି ପଚାରିଥିଲେ ।

ଆଉ ଆଶା କରିଥିଲେ କୌଲ ତାଙ୍କର ଉତ୍ତର ଦେବେ ବୋଲି ଅପେକ୍ଷା କରିଥିଲେ । କିନ୍ତୁ ଏହି ପ୍ରେମ କାହାଣୀ ଆଗରୁ ବଢ଼ିଲା ନାହିଁ । ରାଜକୁମାରୀ କୌଲ ଗୋୱାଲିୟର ରୁ ଆରମ୍ଭ ହୋଇଥିଲା । କଜେଲ ସମାପ୍ତି ହେବାପରେ କୌଲଙ୍କ ଘରେ ତାଙ୍କ ବିବହା ଠିକ କରି ଦେଲେ । ଆଉ କୌଲଙ୍କ ଘରେ ବାଜାପେୟୀଙ୍କ ପାଇଁ ରାଜି ହେଲେ ନାହିଁ । ଶେଷରେ କୌଲ ବ୍ରିଜନାରାୟଣ କୌଲଙ୍କ ସହ ବିବାହ କରିଲେ । ସେ ଦିଲ୍ଲୀ କଲେଜର ପ୍ରଫେସର ଥିଲେ । ପରେ ପରେ ରାଜନୀତି ପାଇଁ ବାଜେପେୟୀ ମଧ୍ୟ ଦିଲ୍ଲୀ ଆସିଗଲେ ।
ବାଜପେୟୀଙ୍କ ରାଜନୈତିକ ଯାତ୍ରା ବଢ଼ିବା ସହିତ ବିଦେଶମନ୍ତ୍ରୀ ହେବାପରେ ତାଙ୍କୁ ସରକାରୀ ବାସଭବନ ମଧ୍ୟ ମିଳିଲା । ଏହାପରେ ରାଜକୁମାରୀ କୌଲ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅ ନମିତା ଆଉ ନମତ୍ରାଙ୍କ ସହ ବାଜପେୟୀଙ୍କ ବାସଭବନରେ ରହିବାକୁୂ ଆସିଲେ । ପ୍ରଫେସର କୌଲଙ୍କ ଦେହାନ୍ତ ହେବା ପରେ ବାଜପେୟୀ ନମିତାଙ୍କୁ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କଲେ ।

ତେବେ ନମିତା ହିଁ ବାଜପେୟୀଙ୍କ ମୃତଶରୀରରେ ମୁଖାଗ୍ନୀ ଦେଇଥିଲେ । ତେବେ ବାଜପେୟୀ ଙ୍କ ଝିଅ ହିସାବରେ ସେ ତାଙ୍କର ମୁଖାଗ୍ନୀ ଦେଇଥିଲେ । ତେବେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ଝିଅ ମାନଙ୍କୁ ଶବଦାହ କରିବାକୁ ଅନୁମତି ଦିଆଯାଏ ନାହିଁ । ଏହା ପରେ ମଧ୍ୟ ନମିତା ବାଜପେୟୀଙ୍କୁ ମୁଖାଗ୍ନୀ ଦେଇଥିଲେ । ତେବେ ବାଜପେୟୀଙ୍କ ସହ ନମିତାଙ୍କର କିଛି ନିବିଡ ସମ୍ପର୍କ ଅଛି ବୋଲି ବହୁତ ଚର୍ଚ୍ଚା ମଧ୍ୟ ହୁଏ ।

Get real time updates directly on you device, subscribe now.