fbpx

Atal Pension Yojana ବନ୍ଦ ହୋଇଯିବ! କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ମାସରୁ ସରକାରୀ ସ୍କିମରେ କିଛି ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆପଣମାନେ ଯଦି ଏପରି କିଛି ସରକାରୀ ସ୍କିମର ଫାଇଦା ନେଉଛନ୍ତି, ତେବେ ଏନେଇ ଅପଡେଟ୍ ରହିବା ଜରୁରୀ । କେନ୍ଦ୍ର ସରକାର ଆସନ୍ତା ମାସଠାରୁ ଅଟଳ ପେନସନ ଯୋଜନା ବନ୍ଦ କରିବାକୁ ଯାଉଛନ୍ତି । ଫଳରେ ଅକ୍ଟୋବର ମାସଠାରୁ ଦେଶର କିଛି ଲୋକଙ୍କୁ ଏହାର ଫାଇଦା ଆଉ ମିଳିବ ନାହିଁ ।

ଅଟଳ ପେନସନ ଯୋଜନାର ନୂଆ ନିୟମ ଅନୁଯାୟୀ, ଇନକମ୍ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତିମାନେ ଏଣିକି ଏହି ସ୍କିମର ଫାଇଦା ଆଉ ନେଇପାରିବେ ନାହିଁ । ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ମାସଠାରୁ ଲାଗୁ ହେବାକୁ ଯାଉଛି । ଯଦି ଆପଣ କରଦାତା ଅଟନ୍ତି ଆଉ ଏହି ସରକାରୀ ସ୍କିମର ଫାଇଦା ନେବାକୁ ଚାହାନ୍ତି ତେବେ ଆପଣଙ୍କ ପାଖରେ କେବଳ ସେପ୍ଟେମ୍ବର ମାସର ସମୟ ରହିଛି । ସେପ୍ଟେମ୍ବର ୩୦ ପରେ ଆପଣ ଆଉ ଏହି ସ୍କିମର ଫାଇଦା ନେଇପାରିବେ ନାହିଁ ।

ଯେଉଁମାନେ ପୂର୍ବରୁ ଏହି ସ୍କିମରେ ଖାତା ଖୋଲି ସାରିଛନ୍ତି, ସେମାନଙ୍କୁ ଆଉ ଏହାର ଫାଇଦା ମିଳିବ ନାହିଁ । ଯଦି ଜଣେ ଅକ୍ଟୋବର ୧ ପରେ ଅଟଳ ପେନସନ ଯୋଜନାର ଖାତା ଖୋଲନ୍ତି, ତେବେ ତାଙ୍କୁ ପ୍ରଥମେ ଇନକମ ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ । ନଚେତ ତାଙ୍କର ଖାତା ବନ୍ଦ କରିଦିଆଯିବ । ସୂଚନାଯୋଗ୍ୟ ଯେ, ୧୮ରୁ ୪୦ ବର୍ଷର ଯେ କୌଣସି ଭାରତୀୟ ନାଗରିକଙ୍କୁ ଏହି ଯୋଜନାର ବେନିଫିଟ୍ ଦିଆଯାଇଥାଏ ।

Get real time updates directly on you device, subscribe now.