fbpx

ଫାଇଦାରେ ଭରପୂର ଅଟଳ ପେନସନ ଯୋଜନା: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ ବର୍ଷରେ ପହଞ୍ଚିଛି ଏବଂ ସମସ୍ତ ବ୍ୟାଙ୍କ ଏବଂ ଏସଏଲବିସି/ୟୁଟିଏଲବିସିର ଅକ୍ଳାନ୍ତ ପ୍ରୟାସ ଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କୁ ପେନସନ ପରିସରଭୁକ୍ତ କରି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି।

ଅଟଳ ପେନସନ ଯୋଜନାରେ ବିନିଯୋଗ କଲେ ଅନେକ ସୁବିଧା ପାଇହେବ। ୧୮-୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିଲାଗି ତାଙ୍କର ବ୍ୟାଙ୍କ ନଚେତ ଡାକଘରେ ଆକାଉଣ୍ଟ ରହିବା ଆବଶ୍ୟକ। ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପେନସନ ଭାବେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପାଇପାରିବେ। ଆପଣଙ୍କ ମାସିକ ପେନସନ ବିନିଯୋଗ କରୁଥିବା ମୋଟ ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି ଯୋଜନାରେ ଅଟୋମେଟିକ୍‌ ଡେବିଟ୍‌ର ସୁବିଧା ଥାଏ। ଅର୍ଥାତ ଥରେ ଏହି ଯୋଜନାକୁ ବାଛିଲେ, ଜମା କରିବା ଅସୁବିଧାରୁ ମୁକ୍ତି ମିଳିଥାଏ।

ଯଦି ପଲିସିଧାରୀଙ୍କ ବୟସ ୬୦ରୁ ଅଧିକ ହେବ ନଚେତ ସେ ରୋଗରେ ପୀଡ଼ିତ ହୁଅନ୍ତି ତେବେ ଏହି ଯୋଜନାରେ ଟଙ୍କା ପ୍ରତ୍ୟାହାର କରାଯାଇପାରିବ। ଏହାଛଡ଼ା ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀଙ୍କୁ ପେନସନ ମିଳିଥାଏ। ଜୀବନସାଥୀଙ୍କ ମୃତ୍ୟୁ ପରେ ଯୋଜନାନୁଯାୟୀ ନୋମିନୀଙ୍କୁ ୬୦ ବର୍ଷ ଯାଏ ପଲିସିଧାରୀଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ମଧ୍ୟ ଫେରସ୍ତ କରି ଦେଇଥାଏ।

ଏଭଳି କରନ୍ତୁ ଆବେଦନ:

-ଷ୍ଟେପ ୧: ତୁମେ ବ୍ୟାଙ୍କର ନିକଟତମ ଶାଖାକୁ ଯାଇ ଅଟଳ ପେନସନ ଯୋଜନା ପାଇଁ ଉପଲବ୍ଧ ଫର୍ମ ପୂରଣ କରି ଏହାକୁ ଦାଖଲ କରିବାକୁ ପଡିବ ।

ଷ୍ଟେପ୍‌ ୨: ଏହି ଫର୍ମ ସହିତ, ଆପଣଙ୍କୁ ଆଧାର କାର୍ଡର ୨ ଟି ଫଟୋକପି, ଡକ୍ୟୁମେଣ୍ଟ ଭାବରେ ସଂଲଗ୍ନ କରିବାକୁ ପଡିବ।

ଷ୍ଟେପ୍‌ ୩: ଏହା ପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦାଖଲ କରିବାକୁ ପଡିବ। ଏହି ଯୋଜନା ଅଧୀନରେ ପଞ୍ଜିକରଣ ପରେ, ମେସେଜ ମାଧ୍ୟମରେ ସୂଚନା ଦିଆଯିବ।

 

ଏପିୱାଇ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା, ଯାହା ସମସ୍ତ ଭାରତୀୟ, ବିଶେଷକରି ଗରିବ, ଅବହେଳିତ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୫ ମେ ୯ ତାରିଖରେ ଆରମ୍ଭ କରାଯାଇଥିଲା।

Get real time updates directly on you device, subscribe now.