କୁଆଁ-କୁଆଁ ଶବ୍ଦରେ ପୂରି ଉଠିଲା ଅଥିୟା-ରାହୁଲଙ୍କ ଘର, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ, ଅଜା ହେଲେ ସୁନୀଲ ଶେଟ୍ଟୀ
ମାଆ ହେଲେ ଆଥିୟା, ସୁନୀଲ ଶେଟ୍ଟୀ ହୋଇଗଲେ ଅଜା
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଅଥିୟା ଶେଟ୍ଟୀ ଏବଂ କେଏଲ ରାହୁଲ ନିଜର ପ୍ରଥମ ଶିଶୁକୁ ପୃଥିବୀକୁ ୨୪ ମାର୍ଚ୍ଚ ୨୦୨୫ରେ ସ୍ୱାଗତ କରିଛନ୍ତି । ବିବାହ ପରେ ସୁନୀଲ ଶେଟ୍ଟୀଙ୍କ ପୁଅ ନିଜର ପ୍ରଥମ ଶିଶୁକୁ ସ୍ୱାଗତ କରିଛନ୍ତି ।
ଦମ୍ପତ୍ତି ନିଜେ ଏହି ଖୁସିଖବର ନିଜ ସୋସିଆଲ ମିଡିଆରେ ଏକ କ୍ୟୁଟ୍ ପୋଷ୍ଟ ଦ୍ୱାରା ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ଆଥିୟା ଶେଟ୍ଟୀ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଆଥିୟା ୮ ନଭେମ୍ବର ୨୦୨୪ରେ ଗର୍ଭବତୀ ହେବା କଥା ଜଣାଇଥିଲେ । ଏଥିସହ କହିଥିଲେ ଧେ, ସେ ଏପ୍ରିଲ ୨୦୨୫ରେ ଶିଶୁକୁ ଜନ୍ମ ଦେବେ । କିନ୍ତୁ ଏହା ପୂର୍ବରୁ ସେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।
ଏମିତି ଜଣାଇଲେ ଖୁସି ଖବର: ଆଥିୟା ଏବଂ ରାହୁଲ ଇନଷ୍ଟାଗ୍ରାମରେ ଏକ ପ୍ଧେ୍ମୃ ସେୟାର କରିଛନ୍ତି, ଏଥିରେ ଲେଖାଯାଇଛି ଯେ, “ବ୍ଲେସ୍ଡ ୱିଥ୍ ବେବି ଗାର୍ଲ.. ୨୪.୦୩.୨୦୨୫ ।” ଏହି ଦମ୍ପତ୍ତି ଏହି ଖବର ଦେବା ମାତ୍ରେ ସଙ୍ଗେ ସଙ୍ଗେ କିୟାରା ଆଡଭାନୀ, ଅର୍ଜୁନ କପୁର, ଟାଇଗର ଶ୍ରଫ, ମୃଗାଳ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।
View this post on Instagram
ସେହିପରି ଅଜା ହୋଇଥିବା ସୁନୀଲ ଶେଟ୍ଟୀ ମଧ୍ୟ ନିଜ ଝିଅ-ଜ୍ୱାଇଁଙ୍କୁ ଶୁଭେଚ୍ଛା ଜଣାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସବୁ ମହଲରୁ ଏହି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ମିଳୁଥିବା ଦେଖିବାକୁ ମିଳିଛି ।