fbpx

ନିଆରା ଢଙ୍ଗରେ ଦାୟିତ୍ୱ ଗ୍ରହଣ କଲେ ସିଏମ ଆତିଶୀ, ଜାଣନ୍ତୁ କାହିଁକି ନିଜ ପାଖେ ରଖିଲେ ଖାଲି ଚେୟାର

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଦିଲ୍ଲୀର ସିଏମ ପଦର କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେ ଭିନ୍ନ ଢଙ୍ଗରେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଆସନ ପାଖାରେ ଅନ୍ୟ ଏକ ଆସନ ବା ଚେୟାର ରଖି ବସିଛନ୍ତି। ଆତିଶୀ ସିଏମ ଆସନରେ ବସିନାହାନ୍ତି। ସେ ଅନ୍ୟ ଏକ ଆସନରେ ବସିଛନ୍ତି।

ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ଆଜି ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛି। ଆଜି ମୋ ମନରେ ଭରତଙ୍କ ଭଳି ଯନ୍ତ୍ରଣା ଅଛି। ଯେଉଁଭଳି ଭରତ ଭଗବାନ ଶ୍ରୀରାମଙ୍କ କଠଉ ରଖି କାର୍ଯ୍ୟ କରିଥିଲେ, ସେହିପରି ମୁଁ ଆଗାମୀ ୪ ମାସରେ ମୁଖ୍ୟମନ୍ତ୍ରୀର ପଦ ସମ୍ଭାଳିବି।

ଆତିଶୀ କହିଛନ୍ତି ଯେ, ଗତ ୨ ବର୍ଷରୁ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କୁ ଅସୁବିଧାରେ ପକାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିନାହିଁ। ୬ ମାସ ପାଇଁ ଜେଲରେ ଭର୍ତ୍ତି କଲେ। କୋର୍ଟ ମଧ୍ୟ କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଗିରଫ କରାଯାଇଛି। ଏହି ଆସନ ଅରବିନ୍ଦ କେଜ୍ରିୱାଲଙ୍କର ଅଟେ। ମୋତେ ଭାରଷା ରହିଛି ଯେ, ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଦିଲ୍ଲୀର ଜନତା ଅରବିନ୍ଦ କେଜ୍ରିୱାଲଙ୍କୁ ଜିତାଇ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ। ସେପର୍ଯ୍ୟନ୍ତ ଏହି ଆସନ ଅରବିନ୍ଦ କେଜ୍ରିୱାଲଙ୍କର ହିଁ ରହିବ।

Get real time updates directly on you device, subscribe now.