fbpx

(video)ଏଣିକି ବିବାହରେ ଯୋଗଦେବାକୁ ଆବଶ୍ୟକ ପଡିବ ଏଟିଏମ୍ କାର୍ଡ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରୋଚକ ଭିଡିଓ ଓ ତଥ୍ୟ ଭାଇରାଲ୍ ହେବାରେ ଲାଗିଥାଏ । କିଛି ଭିଡିଓ ତ ଏପରି ରହିଛି ଯାହା ଦେଖିବା ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ କିଛି କାର୍ଡ ନଜର ଆସୁଛି ଯାହା ଦେଖିବା ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ସେହିସବୁ କାର୍ଡ ଏଟିଏମ୍ କାର୍ଡ ପରି ଦେଖାଯାଉଛି । କିନ୍ତୁ ଧ୍ୟାନର ସହ ଦେଖିଲେ ଜଣାଯାଉଛି କି ସେଗୁଡିକ ଏଟିଏମ୍ କାର୍ଡ ନୁହେଁ ବରଂ ଏଟିଏମ୍ କାର୍ଡ ପରି ଦେଖାଯାଉଥିବା ଅନ୍ୟ କିଛି କାର୍ଡ ।

 

View this post on Instagram

 

A post shared by Itsallaboutcards (@itsallaboutcards)

ଏହି ଭିଡିଓକୁ ସେୟାର କରିଥିବା ୟୁଜର ଲେଖିଛନ୍ତି ଏଟିଏମ୍ ପରି ଦେଖାଯାଉଥିବା ଏହି କାର୍ଡଗୁଡିକ ହେଉଛି ଇନଭିଟେସନ୍ କାର୍ଡ । ଆପଣ ଯେଉଁ ରଙ୍ଗର କାର୍ଡ ଚାହିଁବେ ଆପଣଙ୍କୁ ସେପରି ରଙ୍ଗର କାର୍ଡ ମିଳିଯିବ । ଏହା ପଢିବା ପରେ ଏହା ସ୍ପଷ୍ଟ ହେଉଛି କି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ନିଜ ବିଜନେସ୍‌ର ପ୍ରମୋଶନ କରୁଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ itsallaboutcards ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧ଲକ୍ଷ୧୧ ହଜାର ଲୋକ ଦେଖିସାରିଲେଣି । ବହୁ ୟୁଜର ଏପରି ନୂଆ ଷ୍ଟାଇଲର ଇନଭିଟେସନ୍ କାର୍ଡକୁ ବେଶ୍ ପସନ୍ଦ କରିଛନ୍ତି ଓ ଅର୍ଡର କରିବାର ଉପାୟ ପଚାରିଛନ୍ତି ।

Get real time updates directly on you device, subscribe now.