fbpx

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ATSର ଅପରେସନ; ୪ଗିରଫ, ୫ଫେରାର

Advertisement

ମୁମ୍ବାଇ: ଲୋକସଭା ନିର୍ବାଚନରେ ଭୋଟ ଜିହାଦ ହୋଇଥିଲା କି ? ମୁସଲମାନମାନେ ଏକଜୁଟ ହୋଇ ବିଜେପିକୁ ଭୋଟ୍ ନ ଦେବାକୁ ପ୍ଲାନ୍ କରିଥିଲେ କି ? ବିଜେପି ନେତା କିରିଟ୍ ସୋମେୟା ମୁମ୍ବାଇର ଉତ୍ତର କେନ୍ଦ୍ରୀୟ ଲୋକସଭା ଆସନରେ ଭୋଟ୍ ଜିହାଦ ଅଭିଯୋଗ ଆଣିଛନ୍ତି । ସେହିପରି ମୁମ୍ବାଇର ଏଟିଏସ୍ ୪ ଟି ବାଂଲାଦେଶୀ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି, ଯେଉଁମାନେ ନକଲି କାଗଜପତ୍ର ତିଆରି କରି ନିର୍ବାଚନରେ ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି ଯେ ଲୋକସଭା ନିର୍ବାଚନରେ ନିଜ ପ୍ରିୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବାଂଲାଦେଶୀମାନେ ପ୍ରଥମେ ନକଲି କାଗଜପତ୍ର ତିଆରି କରିଥିଲେ ଏବଂ ପରେ ଲୋକସଭା ନିର୍ବାଚନରେ ଭୋଟ୍ ଦେଇଥିଲେ । ନକଲି କାଗଜପତ୍ର ବ୍ୟବହାର କରି ଲୋକସଭା ନିର୍ବାଚନରେ ଜାଲିଆତି କରିଥିବା ଅଭିଯୋଗରେ ମହାରାଷ୍ଟ୍ର ଏଟିଏସ୍ ଏକ ବାଂଲାଦେଶୀ ଗ୍ୟାଙ୍ଗର ସଦସ୍ୟ ଲୋଙ୍କୁ ଗିରଫ କରିଛି ।

ଏହି ବ୍ୟକ୍ତିଙ୍କ ନାମ ରିୟାଜ ଶେଖ । ସେ ବାଂଲାଦେଶର ନାଗରିକ ଏବଂ ମୁମ୍ବାଇରେ ରହୁଥିବାରୁ ତାଙ୍କୁ କେବଳ ଭାରତର କାଗଜପତ୍ର ମିଳିନଥିଲା ବରଂ ସେ ଲୋକସଭା ନିର୍ବାଚନରେ ମଧ୍ୟ ଭୋଟ୍ ଦେଇଥିଲେ । ଅର୍ଥାତ୍ ସେ ନକଲି କାଗଜପତ୍ର ତିଆରି କରି ଭାରତରେ ଭୋଟ୍ ଦେଇଥିଲେ । ମହାରାଷ୍ଟ୍ର ଏଟିଏସ୍ ମୁମ୍ବାଇରୁ ମୋଟ ୪ ଜଣଙ୍କୁ ଗିରଫ କରିଛି । ଆଉ ୫ ଜଣ ଫେରାର୍ ହୋଇୟାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଏମାନେ ନିଜର ପରିଚୟ ଲୁଚାଇ ସେ ମୁମ୍ବାଇର ଯୋଗେଶ୍ୱରୀରେ ରହୁଥିଲେ ।

Get real time updates directly on you device, subscribe now.