Breaking: ସୋରରେ ରାମ ନବମୀ ଶୋଭାଯାତ୍ରାରେ ଛୁରାମାଡ଼, ଯୁବକଙ୍କ ଅବସ୍ଥା ଗୁରୁତର

ସୋର: ରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରାମାନ କରାଯାଇଛି । କୋର୍ଟ ଛକ ନିକଟରେ ଝିଡ଼ା ହୋଇଥିବାବେଳେ ଯୁବକଙ୍କ ଉଛପରକୁ ଆକ୍ରମଣ ହୋଇଥିବା ସୂଚନା ।

ବାଇକ୍ ଯୋଗେ ୫ ଜଣ ଦୁର୍ବୃତ୍ତ ଆସି ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ ସ୍ଥାନୀୟ ମେଡିକାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବା ଯୋଗୁ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ଯୁବକଙ୍କୁ କେଉଁ କାରଣରୁ ଛୁରାମାଡ଼ କରାଯାଇଛି , ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।