ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ, ଅଭିଯୁକ୍ତଙ୍କୁ ବାନ୍ଧି ପଚରାଉଚରା କରୁଛି ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା । ରେଖାଙ୍କ ବାସଭବନରେ ଜନଶୁଣାଣି ସମୟରେ ଜଣେ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିିଥିବା ଜଣାପଡ଼ିଛି ।

ଅଭିଯୁକ୍ତ ୩୫ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଥିବାବେଳେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଜନଶୁଣାଣିବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଇବାକୁ ଆସିଥିବା ଯୁବକ ଚାପୁଡ଼ା ମାରିଥିବା ଜଣାପଡ଼ିଛି ।

ସମ୍ପୃକ୍ତ ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଇବାକୁ ଆସିଥିଲେ । ତେବେ ସେ କେଉଁ ଉଦ୍ଦେଶ୍ୟ ରଖି ମୁଖମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ତାହା ଜଣାପଡ଼ି ନାହିଁ ।

ଅଧାରୁ ଜନଶୁଣାଣି ବନ୍ଦ ହୋଇଥିବା କୁହାଯାଉଥିବାବେଳେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।