fbpx
BSKY
BJD MC SKY
BJD MS SKY

ବିଜେପି ନେତାଙ୍କ ସହ ପରିବାର ଉପରେ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମଙ୍ଗଳପୁରୀରେ ସ୍ଥାନୀୟ ବିଜେପି ନେତା ନରେଶ ଉଜାଲାଙ୍କ ସହ ତାଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ ହୋଇଛି । ବିଜେପି ନେତା ନରେଶଙ୍କ ସହ ପତ୍ନୀ ଏବଂ ପୁତ୍ରଙ୍କୁ ମଧ୍ୟ ସଶସ୍ତ୍ର ଆକ୍ରମଣ କରାଯାଇଛି । ନରେଶ ଘରେ ଥିବା ବେଳେ ୧୦-୧୨ ଜଣ ଦୁର୍ବୃତ୍ତ ଘରେ ପଶି ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ବିଜେପି ନେତା ନରେଶ ଏବଂ ପତ୍ନୀଙ୍କ ସହ ପୁଅଙ୍କୁ ଗମ୍ଭୀର ଆଘାତ ଲାଗିଛି । ତେବେ ସମସ୍ଥଙ୍କୁ ଉଦ୍ଧାର କରାଯାଇ ସଫଦରଗଞ୍ଜ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ସେପଟେ ନରେଶଙ୍କ ସହ ପରିବାରର ଅନ୍ୟ ସଦସ୍ୟଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ତେବେ ସୂଚନା ଅନୁଯାୟୀ, ଦିଲ୍ଲୀର ମଙ୍ଗଲପୁରୀରେ ସ୍ଥାନୀୟ ବିଜେପି ନେତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣର ପ୍ରମୁଖ କାରଣ ହେଉଛି ପୁରୁଣା ଶତୃତା । ବହୁ ଦିନ ପୁରୁଣା ଶତୃତାକୁ କେନ୍ଦ୍ର କରି ବିଜେପି ନେତା ଏବଂ ପରିବାରକୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.