ଓଡିଆ ଖେଳାଳିଙ୍କ ଉପରକୁ ଆକ୍ରମଣ: ଜାଣନ୍ତୁ କିଏ ଏବଂ କାହିଁକି କଲେ ଆଟାକ

ନୂଆଦିଲ୍ଲୀ: ଓଡିଆ ଖେଳାଳିଙ୍କୁ ଉପରକୁ ଆକ୍ରମଣ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଯାହାକୁ ନେଇ ଏବେ ମାମଲା ସରଗରମ ହୋଇଛି । ରାଜଧାନୀ ଦିଲ୍ଲୀରେ ଖେଳାଳିଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି । ତେବେ ଆକ୍ରମଣକାରୀ ଏବଂ ଆକ୍ରମଣର କାରଣ ଜାଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ । ତେବେ ଏହି ଆକ୍ରମଣର ଶିକାର ହୋଇଛନ୍ତି ଓଡିଶାର ଜଣେ ଷ୍ଟାର ବକ୍ସିଂ ଫାଇଟର ।

ମିଳିଥିବା ସୂଚନା ମୁତାବକ, ରାଜଧାନୀ ଦିଲ୍ଲୀରେ ଓଡିଶାର ଷ୍ଟାର ବକ୍ସିଂ ଫାଇଟର ଏମ ଶ୍ରୀକାନ୍ତ ଶେଖରଙ୍କୁ ଅରାକ୍ରମଣ କରାଯାଇଛି । ଆଫଗାନ ଖେଳାଳି ଏବଂ ସେଠାକାର ଦର୍ଶକ ଶ୍ରୀକାନ୍ତଙ୍କୁ ଉପରକୁ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଗୋଟିଏ ମ୍ୟାଚରେ ଆଫଗାନ ଖେଳାଳିଙ୍କୁ ହରାଇ ବିଜୟ ଲାଭ କରିଥିଲେ ଶ୍ରୀକାନ୍ତ । ଏହି ପରାଜୟକୁ ସହି ନ ପାରି ଶ୍ରୀକାନ୍ତଙ୍କ ଉପରକୁ ଆକ୍ରମଣ କରିଥିଲେ ଆଫଗାନୀ ଖେଳାଳି ।

Indian MMA fighter Srikant Shekar allegedly assaulted by Afghan fighter and  fans, FIR lodged - Sportstar

ଖେଳାଳିଙ୍କ ସମେତ ଆଫଗାନର କିଛି ଦର୍ଶକ ମଧ୍ୟ ଶ୍ରୀକାନ୍ତଙ୍କୁ ଉପରକୁ ଅତର୍କିତ ଆକ୍ରମଣ କରିଥିବା ଜଣାଯାଇଛି । ତେବେ ମ୍ୟାଚରେ ହାରିବା ପରେ ଖେଳାଳିଙ୍କ ଏପରି କାରନାମାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି କ୍ରୀଡାପ୍ରେମୀ । ଆଫଗାନର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଖେଳରେ ହାର-ଜିତକୁ ନେଇ ଆକ୍ରମଣ କରିବା କେତେ ଦୂର ମାନ୍ୟ ବୋଲି ,ବେ ଉଠିଛି ପ୍ରଶ୍ନବାଣ । ଏହାସହିତ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।