fbpx

ଭକ୍ତିମୟ ପରିବେଶ ଭିତରେ ରାମ ମନ୍ଦିର ଉପରେ ଆକ୍ରମଣ, ଭାଙ୍ଗିଦେଲେ ରାମ ଓ ହନୁମାନଙ୍କ ମୂର୍ତ୍ତି

Advertisement

ରାଞ୍ଚି: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସାରା ଦେଶରେ ଏବେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । କିନ୍ତୁ ଏହାରି ମଧ୍ୟରେ ରାଞ୍ଚିରେ ପୁଣି ଥରେ ଏପରି ପରିବେଶକୁ ବିଗାଡିବାକୁ ଚେଷ୍ଟା କରାଯାଇଛି । ରାଜଧାନୀର ବାରିୟାତୁ ଡିଏଭି ସ୍କୁଲରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି । ରବିବାର ରାତିରେ କିଛି ଅଜ୍ଞାତ ଲୋକ ମନ୍ଦିର ମଧ୍ୟରେ ପ୍ରବେଶ କରି ଭଗବାନ ରାମ ଓ ହନୁମାନଙ୍କ ସହିତ ବହୁ ଦେବୀ ଦେବତାଙ୍କ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି । ସକାଳେ ପୂଜାରୀ ମନ୍ଦିର ପହଞ୍ଚିବା ପରେ କ୍ଷତିଗ୍ରସ୍ତ ମୂର୍ତ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା ପରେ ସାରା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି ।

ଯେତେବେଳେ ଆଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଭାରତ ରାମମୟ ହୋଇଉଠିଛି ସେହି ସମୟରେ ମନ୍ଦିରରେ ଏପରି ଘଟଣା ଘଟିଛି । ଦେଶର ଅନ୍ୟ ସ୍ଥାନ ପରି ରାଞ୍ଚିରେ ବି ଘରେ ଘରେ ପୂଜିତ ଅକ୍ଷତ ପହଞ୍ଚା ଯାଉଛି । ଏହାରି ମଧ୍ୟରେ ଏଠାରେ ସାଂପ୍ରଦାୟିକ ସଦଭାବ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି ।

ବରିୟାତୁ ହାଉସିଂ କଲୋନୀରେ ଥିବା ଶ୍ରୀରାମ ଜାନକୀ ମନ୍ଦିରରେ ସକାଳୁ ଯେତେବେଳେ ପୂଜାରୀ ପହଞ୍ଚିଥିଲେ ସେତେବେଳେ ସେ ମୂର୍ତ୍ତିଗୁଡିକ ଭଙ୍ଗାଯାଇଥିବା ଦେଖିଥିଲେ । ସେ ଏ ବିଷୟରେ ମନ୍ଦିର ପରିଚାଳକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବହୁ ସଂଖ୍ୟାରେ ଲୋକ ମନ୍ଦିର ପାଖରେ ରୁଣ୍ଡ ହୋଇଯାଇଥିଲେ ।

Get real time updates directly on you device, subscribe now.