fbpx

ଟ୍ରେନ ଉଡାଇବା ପାଇଁ ଟ୍ରାକରେ ରଖିଥିଲେ ସିଲିଣ୍ଡର: ଏମରଜେନ୍ସି ବ୍ରେକ ମାରିଲେ ଚାଳକ, ତା ପରେ…

Attempt to derail Kalindi Express was made in Kanpur

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ଟ୍ରେନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । କେତେବେଳେ ଟ୍ରେନ ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ଉଡାଇ ଦେବା ପାଇଁ ଯୋଜନା କରାଯାଉଛି । ଏହାରି ଭିତରେ ପୁଣିଥରେ କାନପୁରରୁ ଟ୍ରେନ ଉଡାଇ ଦେବା ପାଇଁ ଯୋଜନା କରିଥିବାର ଖବର ସାମ୍ନାକୁ ଆସିଛି । ଟ୍ରେନକୁ ଉଡାଇ ଦେବା ପାଇଁ ଯୋଜନା କରାଯାଇଥିବା ବେଳେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । କାଳିନ୍ଦୀ ଏକ୍ସପ୍ରେସ ଉଡାଇ ଦେବା ପାଇଁ କରାଯାଇଥିଲା ଯୋଜନା ।

ଘଟଣା ଅନୁସାରେ, କାନପୁର ସେଣ୍ଟ୍ରାଲରୁ ପ୍ରାୟ 30 କିଲୋମିଟର ଦୂର ଶିବରାଜପୁର କ୍ଷେତ୍ରରେ ଏହି ଅଘଟଣ ଦେଖିବାକୁ ମିଳିଛି । ଏହି ରେଳ ଲାଇନ ବରେଲି ମଣ୍ଡଳ ଅଧିନରେ ରହିଛି । ତେବେ ରାତି ପ୍ରାୟ ସାଢେ 8ଟା ସମୟରେ ଏହି ରାସ୍ତା ଦେଇ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ଉଡାଇ ଦେବା ପାଇଁ କରାଯାଇଥିଲା ଯୋଜନା । ଏଥିପାଇଁ ରେଳ ଟ୍ରାକ ଉପରେ ସିଲିଣ୍ଡର ରଖି ଦେଇଥିଲେ ଦୁର୍ବୃତ୍ତ । ଏହାସହ କିଛି କେମିକାଲ ମଧ୍ୟ ରଖିଥିବା ଟ୍ରେନ ଚାଳକ ଦେଖିବାକୁ ପାଇଥିଲେ । ଏହା ପରେ ସଙ୍ଗେସଙ୍ଗେ ଏମରଜେନ୍ସି ବ୍ରେକ ଲଗାଇଥିଲେ । କିନ୍ତୁ ଟ୍ରେନର ବେଗ ଅଧିକ ରହିଥିବା କାରଣରୁ ଟ୍ରେନର ଇଞ୍ଜିନ ସିଲିଣ୍ଡରକୁ ଧକ୍କା ଦେଇଥିଲା । ଫଳରେ ତାହା 50 ମିଟର ଯାଏଁ ଛିଟିକି ପଡିଥିଲା । କିନ୍ତୁ ସୌଭାଗ୍ୟବଶତଃ ସିଲିଣ୍ଡରଟି ଫାଟି ନଥିଲା । ଏହା ଫଳରେ ଟ୍ରେନକୁ 1 ଘଣ୍ଟା ପର୍ଯ୍ୟନ୍ତ ରୋକା ଯାଇଥିଲା । ଟ୍ରେନରେ ରହିଥିବା ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇପଡିଥିଲେ । ଖବରପାଇ ପୋଲିସ ଏବଂ ଜିଆରପି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.