କି କାରନାମା! କ୍ରାଇମବ୍ରାଞ୍ଚ ADGଙ୍କ ଠାରୁ ବି ଠକେଇ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଠକେଇର ସବୁ ସୀମା ଟପିବାରେ ଲାଗିଛନ୍ତି ସାଇବର ଲୁଟେରା । ଏହାରି ମଧ୍ୟରେ ଓକାକ ସାଇବର ଫ୍ରଡର ଧରାପଡିନଥିବା ୩ୟ ବ୍ୟକ୍ତିର କାରନାମା ପୁଣି ସାମ୍ନାକୁ ଆସିଛି । ୩ୟ ଅଭିଯୁକ୍ତ ଜଣକ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ଜଣାପଡିଛି ।

ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ୨ଟି ଆକାଉଣ୍ଟ ନମ୍ବର ପଠାଇ ଟଙ୍କା ମାଗିଛି ଅଭିଯୁକ୍ତ । ୨ଟି ଆକାଉଣ୍ଟରେ ୯୮ ହଜାର ଟଙ୍କା ପଠାଇବାକୁ କହିଥିଲା । ଘଟଣା ପରେ ଦୁଇ ଆକାଉଣ୍ଟକୁ ବ୍ଲକ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ଓକାକ ସାଇବର ଫ୍ରଡ ମାମଲାରେ ପୂର୍ବରୁ ୨ ଜଣ ଗିରଫ ହୋଇଛନ୍ତି ।