ଥାନାରେ ଯୁବତୀଙ୍କର ପ୍ରାଣ ହାରିବା ଉଦ୍ୟମ, ପିଇଦେଲେ ବିଷ

ଯୁବତୀ ଜଣକ ଥାନାରେ ପ୍ରାଣ ହାରିବା ପାଇଁ ଉଦ୍ୟମ କରିଛନ୍ତି

ନୟାଗଡ଼: ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରାଣହାରିବା ମାମଲା ବଢିବାରେ ଲାଗିଛି। ଅତ୍ୟଧିକ ଚିନ୍ତା ଏବଂ ଚାପଗ୍ରସ୍ତ ପାଇଁ ଲୋକେ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ପ୍ରାଣ ହାରିବା ମାମଲା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଇଟାମାଟି ଥାନାରେ ଏହି ଅଘଟଣ ଘଟିଛି। ଥାନାରେ ଯୁବତୀ ଜଣକ ବିଷ ପିଇଦେଇଛନ୍ତି। ଯୁବତୀଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଯୁବତୀ ଜଣକ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଥିଲେ। ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହି ସେ ବିଷ ପିଇଦେଇଛନ୍ତି। ଏହାପରେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ନେଇଯାଇଛନ୍ତି ପୋଲିସ ଟିମ୍‌।