fbpx

ରାଜସ୍ଥାନରେ ପୂଜାରୀଙ୍କୁ ଜିଅନ୍ତା ଜଳାଇବା ନେଇ ଉଦ୍ୟମ, ଅବସ୍ଥା ଗୁରୁତର

ଜୟପୁର: ରାଜସ୍ଥାନରେ ପୂଜାରୀଙ୍କୁ ଜିଅନ୍ତା ଜାଳିବା ପାଇଁ ଉଦ୍ୟମ କରାଯାଇଥିଲା । ରାଜସ୍ଥାନ ରାଜସମଦ ଜିଲ୍ଲା ଦେବଗଡଥାନା ଅଂଚଳରେ କାମଲି ଘାଟ ସ୍ଥିତ ଏକ ପେଟ୍ରୋଲ ପମ୍ପ ରହିଛି । ଏବଂ ସେହି ଟାଙ୍କି ସାମ୍ନାରେ ଏକ ମନ୍ଦିର ଅଛି । ଏହି ମନ୍ଦିର ଜମିକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ତେଣୁ ରବିବାର ଦିନ ରାତି ୮ରୁ ୧୦ଟା ମଧ୍ୟରେ ପୂଜାରୀ ଜଣକ ଦୋକାନରେ କିଛି ଦୁବୃତ୍ତ ପଶି ମାରପିଟ କରିଥିଲେ । ପୂଜାରୀ ଜଣକ ସେମାନଙ୍କୁ ହାତ ଗୋଡ ଧରି ନେହୁରା ହେଉଥିଲା । ହେଲେ ସେମାନେ କିଛି ନ ଶୁଣି ପୂଜାରୀଙ୍କୁ ନିଆଁ ଲଗାଇ ଦେଇଥିଲେ । ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିତ୍କିତ୍ସିତ ହେଉଛନ୍ତି ।

ପୂଜାରୀ ହାତ ଗୋଡ ଧରି ବିନତୀ ପାର୍ଥନା କରିଥିଲେ ହେଲେ ସେମାନେ କିଛି ନ ଶୁଣି ଜଳନୀୟ ପଦାର୍ଥ ପକାଇ ନିଆଁ ଲଗାଇ ଦେଇ ସେହି ଜାଗାରୁ ପଳାୟନ କରିଥିଲେ । ଭାଗ୍ୟକୁ ପୂଜାରୀଙ୍କ ସ୍ତ୍ରୀ ଆସି ପହଁଚି ଯାଇଥିଲେ । ସେ ନିଆଁ ଲିଭାଇବାରେ ଅସଫଳ ହୋଇଥିଲେ । ସୂଚନା ଅନୁସାରେ ନିଆଁ ଲାଗିବା ପରେ ପୂଜାରୀଙ୍କ ଶରୀରର ୮୦ଭାଗ ଜଳିଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁ ସୋଚନୀୟ ପରିସ୍ଥିତିରେ ଗତି କରୁଛି । ସେପଟେ ତାଙ୍କ ସ୍ତ୍ରୀ ନିଆଁ ଲିଭାଇବାକୁ ଯାଇ ନିଜେ ମଧ୍ୟ ନିଆଁ ର ଶୀକାର ହୋଇଛନ୍ତି ।

ଏପରି ହେବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଆହତଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଇଥିଲେ ।ଏହି ମାମଲାରେ ପୋଲିସ ୧୦ଜଣଙ୍କୁ ହିପାଜତରେ ନେଇଛି । ରାଜସମଦର ଏସପି ସୁଧୀର ଚୌଧୁରୀ କହିଛନ୍ତି ଯେ, ସେ ମନ୍ଦିର ଜମି ବିବାଦକୁ ନେଇ କୋର୍ଟରେ କେସ ଚାଲିଛି । ସେଥିପାଇଁ ସେମାନେ ପୂଜାରୀଙ୍କ ଉପରେ ନିଆଁ ଲଗାଇଦେଇଛନ୍ତି ।

Get real time updates directly on you device, subscribe now.