fbpx

ଅଫିସର ଲାପଟପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍ ଅଜାଣତରେ ହୋଇଯିବ ବଡ଼ ସମସ୍ୟା

ନୂଆଦିଲ୍ଲୀ: ଆଜିକାଲି ଚାକିରିଆ ଲୋକମାନେ ଅଧିକାଂଶ କାମ ଲାପଟପ ବା କମ୍ପ୍ୟୁଟରରେ କରୁଛନ୍ତି । କରୋନା ମହାମାରୀ ଆସିବା ପରେ ୱାର୍କ ମୋଡରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଲାପଟପ୍ ଦେବାରେ ଲାଗିଛି, ଯାହା ଦ୍ୱାରା କର୍ମଚାରୀମାନେ ଆବଶ୍ୟକ ସ୍ଥଳେ ଘରୁ କାମ କରିପାରିବେ । ଏଭଳି ପରିସ୍ଥିତିରେ ଛୋଟ, ହ୍ୟାଣ୍ଡି ଏବଂ ଟ୍ରେଣ୍ଡି ଲାପଟପ୍ ଆଦିର ବ୍ୟବହାର ବୃଦ୍ଧି ପାଇଛି ।

ଏହି ସମୟରେ ଅନେକ ଲୋକ ନିଜ ଅଫିସ୍ ଲାପଟପରେ ବ୍ୟକ୍ତିଗତ କାର୍ଯ୍ୟ କରିବା ଆରମ୍ଭ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଫିସ୍ ଲାପଟପରେ ଆମେ କେଉଁ ଜିନିଷ କରିବା ଉଚିତ୍ ଏବଂ କ’ଣ ନକରିବା ଉଚିତ୍? ଯଦି ନା, ତେବେ ଆପଣ ଅଫିସ୍ ସିଷ୍ଟମ୍ ବ୍ୟବହାର କରିବାବେଳେ କ’ଣ ନକରିବା ଉଚିତ୍, ସେ ବିଷୟରେ ଧ୍ୟାନରେ ରଖିବା ଉଚିତ୍ । ଏପରି ନକରିବା ଦ୍ୱାରା ଆପଣ ଅଜାଣତରେ ଅସୁବିଧାରେ ପଡ଼ିପାରନ୍ତି ।

ଅନେକ ଲୋକ ସେମାନଙ୍କର ସିଫ୍ଟ ସମୟରେ ନିଜ ଅଫିସ୍ ଲାପଟପରେ ଅନ୍ୟ ଚାକିରି ଖୋଜିବା ଆରମ୍ଭ କରନ୍ତି । କିନ୍ତୁ କିଛି ମାମଲରେ ଆପଣଙ୍କ ଆଇଟି ଟିମ୍ ଆପଣଙ୍କ କାମ ଉପରେ ନଜର ରଖିଥାନ୍ତି ବା ଆପଣଙ୍କ ଲାପଟପ୍ କିଛି କାରଣ ବଶତଃ ଅନ୍ୟ କେହି ବ୍ୟବହାର କଲେ, ଆପଣ ଚାକିରି ଖୋଜୁଛନ୍ତି ବୋଲି ତାଙ୍କୁ ଜଣାପଡିଯାଏ । ଏଥିପାଇଁ ଅଫିସରେ ଚାକିରି ଖୋଜିବା ବା କେଉଁଠିକି ନିଜ ବାୟୋଡାଟା ପଠାଇବା ଦୁଇଟିରୁ ଦୂରେଇ ରହିବା ଉଚିତ୍ ।

ପ୍ରାୟତଃ ଅନେକ ଲୋକ ସେମାନଙ୍କର କାର୍ଯ୍ୟ ସମୟରେ ସେମାନଙ୍କର ବ୍ୟକ୍ତିଗତ ଡକ୍ୟୁମେଣ୍ଟ୍ କିମ୍ବା ସେମାନଙ୍କର ବ୍ୟକ୍ତିଗତ ଫାଇଲକୁ ଅଫିସ୍ ଲାପଟପରେ ସେଭ୍ କରନ୍ତି । କିନ୍ତୁ କାହାକୁ ବି ଏପରି କରିବା ଉଚିତ୍ ନୁହେଁ, କାରଣ ଏହି କାରଣରୁ ଆପଣଙ୍କର ବ୍ୟକ୍ତିଗତ ଜିନିଷ ଲିକ୍ ହୋଇପାରେ ।

ଅନେକ କାର୍ଯ୍ୟାଳୟର ନିଜସ୍ୱ ଚାଟ୍ ପ୍ରୋଗ୍ରାମ ଅଛି, ଯେଉଁଠାରେ ସେମାନେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହିତ ସଂଯୁକ୍ତ ରୁହନ୍ତି । ଅନେକ ଲୋକ ଏଥିରେ ଗ୍ରୁପ୍ କରି କାହାକୁ ଗାଳି କରିବା ବା ଖରାପ କଥା କୁହନ୍ତି । କିନ୍ତୁ ଏପରି କରିବା ବିଲକୁଲ ଭୁଲ । ଏଥିରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ ।

ଅନେକ ଥର ଲୋକମାନେ ସିଫ୍ଟ ସମୟରେ କିମ୍ବା ଛୁଟିଦିନ ପରେ ଅଫିସ୍ ଲାପଟପରେ ଗୁଗୁଲରେ କିଛି ଏପରି ବିଷୟବସ୍ତୁ ଖୋଜନ୍ତି, ଯାହା ଆପତ୍ତିଜନକ ହୋଇଥାଏ । ଏଥି ସହିତ କିଛି ଲୋକ ଅଫିସ୍ ଲାପଟପରେ ପର୍ଣ୍ଣ ଦେଖନ୍ତି, ଯାହାକି ଆଦୌ ଉଚିତ୍ ନୁହେଁ । ସେହିଭଳି ଆପଣ ଏପରି କୌଣସି ଲିଙ୍କ ଖୋଲନ୍ତୁ ନାହିଁ, ଯେଉଁଥିପାଇଁ ପରେ ଆପଣ ଅସୁବିଧାରେ ପଡିପାରନ୍ତି । ଆପଣ ନିୀଜ ଲାପଟପ ବା କମ୍ପୁଟରରେ କ’ଣ ଖୋଜୁଛନ୍ତି, ତାହା ଆପଣଙ୍କ ଅଫିସର ଆଇଟି ଟିମ୍ ଜାଣିପାରିବେ । ସେଥିପାଇଁ ଏପରି କୌଣସି ସାଇଟ୍ ଖୋଲନ୍ତିୁ ନାହିଁ, ଯାହା ଆପଣଙ୍କୁ ଅସୁବିଧାରେ ପକାଇବ । ତେବେ ଅଫିସ ଲାପଟପକୁ ଲୋକମାନେ ଖରାପ ଭାବେ ବ୍ୟବହାର କରୁଛନ୍ତି । ଯଦି ଆପଣ ବି ଏପରି କରୁଛନ୍ତି, ତେବେ ଆଜିଠୁ ନିଜ ଅଭ୍ୟାସ ପରିବର୍ତ୍ତନ କରନ୍ତୁ ।

Get real time updates directly on you device, subscribe now.