ଓଡ଼ିଶା ଭାସ୍କର: ଧାର୍ମିକ ଶାସ୍ତ୍ରରେ ଶାଳଗ୍ରାମଙ୍କୁ ଭଗବାନ ବିଷ୍ଣୁଙ୍କ ବିଗ୍ରହ ରୂପ ବୋଲି ବିଚାର କୁହାଯାଇଛି ।ବିଷ୍ଣୁ ପୁରାଣ ଅନୁସାରେ, ଯେଉଁ ବ୍ୟକ୍ତି ଶାଳଗ୍ରାମ ଘରେ ସ୍ଥାପନ କରନ୍ତି, ସେମାନଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ପ୍ରତିଦିନ ଶାଳଗ୍ରାମକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଘରେ ଶାଳଗ୍ରାମ ସ୍ଥାପନା କରିବା ଦ୍ୱାରା ଘର ତୀର୍ଥ ସମାନ ହୋଇଯାଏ । ଏହି ଘରେ ସୁଖ-ସମୃଦ୍ଧି, ହସଖୁସିରେ ଭରିଯାଏ । ଯଦି ଆପଣ ମଧ୍ୟ ଘରେ ଶାଳଗ୍ରାମ ରଖିବାକୁ ରଖିବାକୁ ଚାହୁଁଛନ୍ତି, ତେବେ ଏହିସବୁ ନିୟମ ଜାଣିବା ନିହାତି ଆବଶ୍ୟକ ।
- ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଘରେ ଶାଳଗ୍ରାମ ସ୍ଥାପନ କରିବା ପୂର୍ବରୁ ପ୍ରଥମେ ଏହାକୁ କିଣିବା ପରେ ହିଁ ଘରେ ସ୍ଥାପନ କରନ୍ତୁ । କେହି ଉପହାର ଦେଇଥିବା ଶାଳଗ୍ରାମ କେବେ ଗ୍ରହଣ କରନ୍ତୁ ନାହିଁ ।
- ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଘରେ ସର୍ବଦା ଏକମାତ୍ର ଶାଳଗ୍ରାମ ପୂଜା ପାଇବା ଉଚିତ୍ । ଯଦି ଆପଣଙ୍କ ଘରେ ଏକାଧିକ ଶାଳଗ୍ରାମ ପୂଜା ପାଉଛନ୍ତି, ତେବେ ଏହାକୁ କ୍ଷମାପ୍ରାର୍ଥନା କରି ନଦୀରେ ବିସର୍ଜନ କରିଦିଅନ୍ତୁ ।
- ଶାଳଗ୍ରାମ ପୂଜା କରିବା ସମୟରେ ଅକ୍ଷତ ବ୍ୟବହାର କରନ୍ତୁ । ଯଦି ଆପଣ ଅକ୍ଷତ ଲାଗି କରିବା ପାଇଁ ଚାହାନ୍ତି, ତେବେ ସର୍ବଦା ହଳଦିଆ ରଙ୍ଗର ଅକ୍ଷତ ବ୍ୟବହାର କରିପାରିବେ ।
- ଯେଉଁ ଘରେ ଶାଳଗ୍ରାମ ସ୍ଥାପନା ହୋଇଥାଏ, ସେହି ଘରେ ମାଂସ, ମଦ୍ୟ, ଗୁଟଖା ଇତ୍ୟାଦି ନିଶାଦ୍ରବ୍ୟ ସେବନ ବର୍ଜନ କରାଯିବା ଉଚିତ୍ । ଏହାଦ୍ୱାରା ଏଥିରେ ନକରାତ୍ମକ ପ୍ରଭାବ ପଡ଼ିପାରେ ।
- ଶାଳଗ୍ରାମଙ୍କୁ ତୁଳସୀ ଗଛ ସହ ରଖିବା ଉଚିତ୍ । ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।
- ଶାଳଗ୍ରାମକୁ ଦୈନନ୍ଦିନ ପଞ୍ଚାମୃତରେ ସ୍ନାନ କରାଇବା ଉଚିତ୍ । ଏହା ଶୁଭ ବୋଲି ବିଚାର କରାଯାଏ ।ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ।
ଶାଳଗ୍ରାମ ପୂଜା କରିବା ପୂର୍ବରୁ ପ୍ରଥମେ ସ୍ନାନ ଆଦି ନିବୃତ୍ତ ହୋଇଯାଆନ୍ତୁ । ବର୍ତ୍ତମାନ ଶାଳଗ୍ରାମକୁ ପଞ୍ଚାମୃତ(କ୍ଷୀର, ଦହି, ମହୁ, ଗଙ୍ଗାଜଳ ଏବଂ ଘିଅ)ରେ ସ୍ନାନ କରାନ୍ତୁ । ଏହାପରେ ଚନ୍ଦନ ଏବଂ ଫୁଲ ଇତ୍ୟାଦି ଳାଗି କରନ୍ତୁ । ବର୍ତ୍ତମାନ ଘିଅ ଦୀପ ଜଳାଇବା ପରେ ଭୋଗ ଲାଗି କରନ୍ତୁ । ଭୋଗରେ ତୁଳସୀ ପତ୍ର ନିଶ୍ଚିତ ଭାବୋର ସାମିଲ କରନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ଆରତୀ କରନ୍ତୁ ।