fbpx

କ୍ରୀଡ଼ାପ୍ରେମୀ ଆଶ୍ଚର୍ଯ୍ୟ: ନୂଆବର୍ଷରେ ହଠାତ୍ ଅବସର ଘୋଷଣା କରିଦେଲେ ଜଣେ ବିଶ୍ୱକପ ବିଜେତା କ୍ରିକେଟର

ନୂଆଦିଲ୍ଲୀ: ୨୦୨୩ ବର୍ଷ କ୍ରୀଡ଼ା ଜଗତ ପାଇଁ ଥିଲା ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ୨୦୨୩ର ସଫଳତା ଓ ବିଫଳତାକୁ ଭୁଲି ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଅନେକ କ୍ରିକେଟର । ସେହିପରି ଅତୀତର ପରାଜୟକୁ ଭୁଲି ନୂଆ କୀର୍ତ୍ତିମାନ ସ୍ଥାପନ କରିବା ଲକ୍ଷ୍ୟରେ ରହିଛନ୍ତି ବିଶ୍ୱର ଅନେକ କ୍ରିକେଟ ଟିମ୍ । ତେବେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ବିଶ୍ୱ କ୍ରିକେଟର ଜଣେ ପ୍ରତିଭାବାନ ଖେଳାଳି ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଅବସର ଘୋଷଣା କରିଛନ୍ତି । ଏହି ଖେଳାଳି ଜଣଙ୍କ ଦୁଇଥର ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିବାର ସୌଭାଗ୍ୟ ଲାଭ କରିଥିଲେ । ସିଡନୀ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଖେଳା ଯିବାକୁ ଥିବା ବିଦାୟୀ ଟେଷ୍ଟ ମ୍ୟାଚର ଦୁଇଦିନ ପୂର୍ବରୁ ଡେଭିଡ୍ ୱାର୍ଣ୍ଣର ଏକ ବଡ଼ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ୱାର୍ଣ୍ଣର ଗତ ୨୦୨୩ ବିଶ୍ୱକପ ଅବସରରେ ୫୦ ଓଭର ଫର୍ମାଟରୁ ଅବସର ନେଇ ବିଚାର କରିଥିଲେ ।

ଗତ ବିଶ୍ୱକପରେ ୱାର୍ଣ୍ଣର ୧୧ଟି ମ୍ୟାଚ ଖେଳି ୪୮.୬୩ ଆଭରେଜ ଓ ୧୦୮.୨୯ ଷ୍ଟ୍ରାଇକ ରେଟରେ ୫୩୫ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ଦୁଇଟି ଶତକ ଓ ଅର୍ଦ୍ଧଶତକ ସାମିଲ ରହିଥିଲା । ପାକିସ୍ତାନ ବିପକ୍ଷରେ ସେ ସର୍ବାଧିକ ୧୬୩ ରନ୍ ସ୍କୋର କରିଥିଲେ । ସେ ମୋଟ ୧୬୧ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୫.୩୦ ଆଭରେଜ ଓ ୯୭.୨୬ ଷ୍ଟ୍ରାଇକରେଟରେ ୬୯୩୨ ରନ୍ ସଂଗ୍ରହ କରିଥିଲେ । ସେଥିରେ ୨୨ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଏହି କ୍ରମରେ ସେ ଅଷ୍ଟ୍ରେଲିଆର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ଏଥିସହିତ ସେ ୧୧୧ଟି ଟେଷ୍ଟ ଖେଳି ୪୪.୫୮ ଆଭରେଜରେ ୮୬୯୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସାମିଲ ରହିଛି । ୨୦୦୯ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.