fbpx

IND vs AUS: ଅଷ୍ଟ୍ରେଲିଆ ଟସ୍ ଜିତି ନେଲା ବୋଲିଂର ନିଷ୍ପତ୍ତି , ବ୍ୟାଟିଂ କରିବ ଭାରତ

Advertisement

ନୂଆଦିଲ୍ଲୀ: ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ ପାଇଁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତୀୟ ଖେଳାଳିମାନେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବେ । ଅପରିବର୍ତ୍ତିତ ଏକାଦଶ ସହ ଖେଳିବ ଭାରତ । ତେବେ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯାଉଛି ମ୍ୟାଚ ।

ଆଜି ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ପାଇଁ ଦେଶର ଲୋକମାନେ ପ୍ରାର୍ଥନା ଆରମ୍ଭ କରିଛନ୍ତି। ପ୍ରଶଂସକମାନେ ଚାହାଁନ୍ତି ଯେ ୨୦୧୧ ରେ ମହେନ୍ଦ୍ର ସିଂ ଧୋନିଙ୍କ ପରି ରୋହିତ ଶର୍ମା ମଧ୍ୟ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରନ୍ତୁ । ଫାଇନାଲ୍ ମ୍ୟାଚ୍ ଡିଜନି ହଟଷ୍ଟାର ପ୍ଲାଟଫର୍ମରେ ପ୍ରସାରିତ ହେବ । ଚାହିଦାକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ମାତ୍ରେ ଡିଜନି ହଟଷ୍ଟାର ୧୦ ସେକେଣ୍ଡ ବିଜ୍ଞାପନର ହାରକୁ ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।

Get real time updates directly on you device, subscribe now.