fbpx

“Sorry Girls, ମୋ ସ୍ତ୍ରୀ ବହୁତ…”: ପତ୍ନୀ ପ୍ରେମରେ ଗାଡିରେ ଏମିତି ଲେଖିଦେଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ: ରାସ୍ତାରେ ଯିବା ଆସିବା ସମୟରେ ଅନେକ ଗାଡିରେ କିଛି ନା କିଛି ଲେଖାଥିବାର ଆପଣ ଦେଖିଥିବେ । କିଛି ଲେଶକ ମଜାଦାର କଥା ଲେଖିଥାନ୍ତି ତ ଆଉ କିଛି ଲୋକ ସମାଜକୁ ସଚେତନତା ବାର୍ତ୍ତା ଦେବା ପାଇଁ କିଛି କଥା ଲେଖିଥାନ୍ତି । ତେବେ ଏଭଳି ଏକ ଅଟୋର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଅଟୋ ଡ୍ରାଇଭର ନିଜ ଗାଡି ପଛରେ ତାଙ୍କ ପତ୍ନୀଙ୍କ ବିଷୟରେ କିଛି ଏମିତି ଲେଖିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ପୋଷ୍ଟକୁ ବଂଶିକା ଗର୍ଗ ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଗୋଟିଏ ଅଟୋ ପଛରେ ଲେଖାଥିବା ଏହି କଥାଟି ଲୋକଙ୍କର ଖୁବ ମନୋରଞ୍ଜନ କରୁଛି । ତେବେ ସେ ଏହି ମେସେଜରେ ନିଜ ପତ୍ନୀଙ୍କ ବିଷୟରେ ଲେଖିଛନ୍ତି ଯେ, କ୍ଷମା କରିବେ ଝିଅମାନେ, ମୋ ସ୍ତ୍ରୀ ବହୁତ କଠୋର । ନୋଟିସ ଶେଷରେ ମହିଳାଙ୍କ ଫଟୋ ଉପରେ ବ୍ୟାନ ସାଇନ ଲାଗିଥିବା ଏକ ଷ୍ଟିକର ମଧ୍ୟ ଲଗାଯାଇଛି । ଏହି ମେସେଜକୁ ପଢିବା ପରେ ରାସ୍ତାରେ ଯାଉଥିବା ସମସ୍ତେ ହସି ହସି ବେଦମ ହୋଇଯାଇଛନ୍ତି । ତେବେ ଏହାକୁ ବଂଶିକା ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟକୁ ଦେଖିବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି । ତେବେ ଏହାପରେ ଅନେକ ଜାଗାରୁ ଏହି ଲାଇନ ଲେଖାଯାଇଥିବାର ଫଟୋ ପୋଷ୍ଟ ହେଉଛି । ଏହି ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ମଜାଦାର କମେଣ୍ଟ ଦେଇଛନ୍ତି । ତେବେ ଏହା ସୋସିଆଲ ମିଡିଆରେ ଏବେ ଲୋକଙ୍କ ମେନାରଞ୍ଜନର ଖୁରାକ ପାଲଟିଛି ।

Get real time updates directly on you device, subscribe now.