fbpx

ଲଦାକର କୁନ ପର୍ବତରେ ହିମସ୍ଖଳନ: ଜଣେ ଯବାନ ସହିଦ, ୩ ଜଣ ନିଖୋଜ

ଲଦାକ : ଲଦାକର କୁନ ପର୍ବତରେ ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା । ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଛଡା ୩ ଜଣ ଯବାନ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜା ଯାଉଛି । ସୂଚନା ଅନୁସାରେ ମୃତ ଜବାନଙ୍କ ଶବକୁ ଠାବ କରାଯାଇଛି । ବାକି ୩ ଜଣ ବରଫରେ ଫଶି ରହିଛନ୍ତି ସେମାନଙ୍କୁ ଖୋଜା ଯାଉଛି ।

ସେନା ଦ୍ୱାରା ମିଳିଥିବା ସୂଚନା ଅନୁସାରେ ଲଦାକରେ ଭାରତୀୟ ସେନାକୁ ଆର୍ମି ୱିଙ୍ଗ ସହିତ ଜଡିତ ଲୋକ ମାଉଣ୍ଟ କୁନ ପାଖରେ ତାଲିମ ଦେଉଥିଲେ । ଏହି ସମୟରେ ହିମସ୍ଖଳନ ହେବାରୁ ପାଖାପାଖି ୪୦ ସେନା କର୍ମଚାରୀ ହିମସ୍ଖଳରେ ଫଶି ଯାଇଥିଲେ । ଏହା ଦ୍ୱାରା ୪ ଜଣ ସେନା କର୍ମଚାରୀ ବରଫରେ ଫଶି ଯାଇଛନ୍ତି । ସେଥି ମଧ୍ୟରୁ ଜଣେ ସେନାଙ୍କ ମୃତ୍ୟୁ ହୋଇଛି । ସେଠାରେ ପାଗ ଖରାପ ଥିବାରୁ ଅନ୍ୟ କର୍ମଚାରୀମାନଙ୍କୁ ଖୋଜିବାରେ ସମୟ ଲାଗୁଛି । ତେବେ ଉଦ୍ଧାର କାର୍ଯ୍ୟ ଯାରି ରହିଛି ।

Get real time updates directly on you device, subscribe now.