fbpx

AIIMSର ବଡ଼ ସୂଚନା: Avascular Necrosis କରୋନା ସଂକ୍ରମିତଙ୍କ ହାଡ଼ ନଷ୍ଟ କରୁଛି

Advertisement

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ଏକପ୍ରକାର କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସିଥିବା ବେଳେ ତା’ର ଆଶଙ୍କା ଏବେ ମଧ୍ୟ ଟଳିନାହିଁ । ନିକଟରେ କରୋନା ସଂକ୍ରମିତଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ସଂକ୍ରମିତ ହୋଇଥିବା ଲୋକଙ୍କଠାରେ ହାଡ଼ ବିମାରୀ ଦେଖାଯାଉଛି । ତାହାକୁ ଆଭାସ୍କୁଲାର ନେକ୍ରୋସିସ କୁହାଯାଉଛି । ଏହା ହାଡ଼ ପାଇଁ ବହୁତ କ୍ଷତିକାରକ ହୋଇଥିବା ବେଳେ ହାଡ଼ ତରଳିବା ଭଳି ଭୟଙ୍କର ସ୍ଥିତି ଦେଖିବାକୁ ମିଳୁଥିବା କୁହାଯାଉଛି ।

ପୂର୍ବରୁ ଆସିଥିବା ବ୍ଲାକ ଫଙ୍ଗସ ଯେପରି ଭାବେ ଆଖିକୁ ନଷ୍ଟ କରୁଥିଲା ଅନୁରୂପ ଭାବେ କୋଭିଡ୍ ଚିକିତ୍ସା ସମୟରେ ଦିଆଯାଉଥିବା ଷ୍ଟେରଏଡ କାରଣରୁ ହାଡ଼ ଖରାପ ହେଉଥିବା ଦେଖାଯାଉଛି । କୋଭିଡର ଦ୍ୱିତୀୟ ଲହର ସମୟରେ ଅନେକ ଲୋକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ସମୟରେ ସେମାନଙ୍କୁ ଷ୍ଟେରଏଡ ଦିଆଯାଇଥିଲା, ଯାହାର ପରିଣାମ ଏବେ ସାମ୍ନାକୁ ଆସୁଛି । ସେମାନଙ୍କୁ ଏବେ ଆଭାସ୍କୁଲାର ନେକ୍ରୋସିସ ବିମାରୀ ହୋଇଥିବା କୁହାଯାଉଛି ।

ଏହି ରୋଗରେ ହିପ ବୋନରେ ରକ୍ତର ପ୍ରବାହ ଠିକ୍ ଭାବେ ହୁଏ ନାହିଁ । ଏହି କାରଣରୁ ହାଡ଼ର ଟିସୁ ଡେଡ୍ ହୋଇଯାଇଥାଏ ଓ ଏହା ହାଡ଼କୁ ନଷ୍ଟ କରିଦେଇଥାଏ । ପ୍ରାରମ୍ଭିକ ଭାବେ ଏହି ସମସ୍ୟାର ଲକ୍ଷଣ ଜଣାପଡ଼େ ନାହିଁ ଓ ଧୀରେଧୀରେ ଏହା ପଛପାଖର ହାଡ଼କୁ ଖରାପ କରିଦେଇଥାଏ । ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଟ୍ରାମା ସେଣ୍ଟର ମୁଖ୍ୟ କହିଛନ୍ତି, କୋଭିଡ ପରେ ଆଭାସ୍କୁଲାର ସେକ୍ରୋସିସ ସଂଖ୍ୟା ବହୁତ ବଢ଼ିଯାଇଛି । କେବଳ ଏମ୍ସରେ ପାଖାପାଖି ୧୫୦ କେସ ସାମ୍ନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୫ ରୋଗୀଙ୍କ ହିପ ପ୍ରତିରୋପଣ ସର୍ଜରି କରାଯାଇଛି । କୋଭିଡ ପୂର୍ବରୁ ଏହି ମାମଲା କମ୍ ଥିବାବେଳେ ଏବେ ତାହା ଦୁଇଗୁଣା ବଢ଼ିଯାଇଛି । ଯଦି ଏହା ଏପରି ବୃଦ୍ଧି ପାଏ ତେବେ ଆଗକୁ ଏହା ଭୟଙ୍କର ସାବ୍ୟସ୍ତ ହୋଇପାରେ ।

Get real time updates directly on you device, subscribe now.