fbpx

Avatar-The Way of Waterକୁ ନେଇ ଭାରତୀୟ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ୩ ଦିନରେ ବିକ୍ରି ହୋଇଗଲା ଏତିକି ଟିକେଟ୍ !

ମୁମ୍ବାଇ: ଜେମ୍ସ କ୍ୟାମେରୁନଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥାଏ। ହଲିଉଡ ସହିତ ଭାରତୀୟ ଦର୍ଶକ ମଧ୍ୟ ତାଙ୍କ ଫିଲ୍ମକୁ ଚାହିଁ ରହିଥାନ୍ତି। ଭାରତୀୟ ଦର୍ଶକ ଲମ୍ଵା ସମୟ ଧରି ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ କୁ ଅପେକ୍ଷା କରି ରହିଥିଲେ। ଶେଷ ୧୩ ବର୍ଷର ଅପେକ୍ଷା ପରେ ଫିଲ୍ମର ଦ୍ଵିତୀୟ ଭାଗ ଆସନ୍ତା ମାସ ରିଲିଜ୍ ହେବାକୁ ଯାଉଛି। ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କେତେ ଉତ୍ସାହ ରହିଛି ତାହା ଆପଣ ଏଥିରୁ ଅନୁମାନ କରି ପାରିବେ ଯେ, ମାତ୍ର ତିନି ଦିନରେ ଆଡଭାନ୍ସ ବୁକିଂରେ ୧୫ ହଜାର ଟିକେଟ୍ ବିକ୍ରି ହୋଇ ସାରିଛି।

ଓସ୍କାର ପୁରସ୍କାର ବିଜେତା ଅବତାରର ଦ୍ଵିତୀୟ ଭାଗକୁ ଦର୍ଶକ ବହୁତ ଦିନ ଧରି ଅପେକ୍ଷା କରି ରହିଥିଲେ। ଫିଲ୍ମଟି ଡିସେମ୍ବର ୧୬ରେ ରିଲିଜ୍ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ଆଡଭାନ୍ସ ବୁକିଂ ହିଁ ରେକର୍ଡ କରି ଚାଲିଛି। ୪୪ ସ୍କ୍ରିନ ପାଇଁ ତିନି ଦିନରେ ୧୫ ହଜାର ଟିକେଟ୍ ବୁକ୍ ହୋଇ ସାରିଛି। ଅର୍ଥାତ ଫିଲ୍ମଟି ଭାରତରେ ବମ୍ପର ଅପନିଂ କରିବାର ଆଶା ରହିଛି। ଫିଲ୍ମର ସ୍କ୍ରିନ ସଂଖ୍ୟା ବି ବଢି ଚାଲିଛି।

 

ମେଗା ବଜେଟର ଫିଲ୍ମ ଅବତାର ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରି ସାରିଛି। ପଣ୍ଡୋରାର ଦୁନିଆକୁ ଦେଖିବା ପାଇଁ ଦର୍ଶକ ଚାକତ ପରି ଚାହିଁ ରହିଛନ୍ତି। ଏହାର ଟ୍ରେଲର ବି ଭିୟୁ ମାମଲାରେ ରେକର୍ଡ କରି ସାରିଛି। ଜେମ୍ସଙ୍କ ଫିଲ୍ମର ଯାଦୁ ଭାରତୀୟ ବକ୍ସ ଅଫିସରେ ମଧ୍ୟ ଦେଖିବାକୁ ମିଳିଥାଏ। ଆଶା କରାଯାଉଛି ଭାରତରେ ଏହି ଫିଲ୍ମ ଭଲ ବ୍ୟବସାୟ କରିବା ସହିତ ଅନ୍ୟ ଫିଲ୍ମକୁ କଡା ଟକ୍କର ଦେବ।

Get real time updates directly on you device, subscribe now.