fbpx

ମଦ ନ ପିଇଲେ ହେବେନି ବଳାତ୍କାରର ଶିକାର, ବଳାତ୍କାରୀଙ୍କୁ ଶୃଗାଳ କହିବା ସହ ମହିଳାଙ୍କୁ ଏପରି କିଛି ପରାମର୍ଶ ଦେଲେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ପାର୍ଟନର

ନୂଆଦିଲ୍ଲୀ:ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କ ସାଥୀ ତଥା ପାର୍ଟନର ଦେଶରେ ବଳାତ୍କାର ମାମଲା ହ୍ରାସ ଲାଗି ମହିଳାଙ୍କୁ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମହିଳାମାନେ ଅଧିକ ମଦ ନ ପିଇ ନିଜକୁ ବଳାତ୍କାରୀଙ୍କ କବଳରୁ ସୁରକ୍ଷା ଦେଇପାରିବେ ।

ଦେଶରେ ହାଇ ପ୍ରୋଫାଇଲ୍ ଗ୍ୟାଙ୍ଗ ରେପ୍ ମାମଲାରେ ବିତର୍କ ସମୟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯଦି ଆପଣ ଡ୍ୟାନ୍ସ କରୁଛନ୍ତି ତ ଆପଣ ନିଶାରେ ରହିଥିବେ । ଯଦି ଆପଣ ନିଶାରୁ ନିଜକୁ ମୁକ୍ତ କରିପାରିବେ ତେବେ ଆପଣ କୌଣସି ବଳାକ୍ରାରୀଙ୍କ ହାବୁଡରେ ପଡିବେ ନାହିଁ । ତାଙ୍କର ଏପରି ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଖେଳିଯାଇଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି ।

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କ ପାର୍ଟନର ଆଣ୍ଡ୍ରିଆ ଜିଆମବ୍ରୁନୋ ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ବଳାକ୍ରାର ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି । ନିକଟରେ ଇଟାଲୀର ନେପଲ୍ସ ଓ ପଲେର୍ମୋ ନିକଟରେ ହାଇପ୍ରୋଫାଇଲ ଗଣଦୁଷ୍କର୍ମ ମାମଲା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏକ ଟିଭି ଚାନେଲ୍ ଶୋ’ରେ ସାକ୍ଷାତକାର ସମୟରେ ଆଣ୍ଡ୍ରିଆ ଜିଆମବ୍ରୁନୋ କହିଛନ୍ତି, ଯଦି ଆପଣ ନୃତ୍ୟ କରୁଛନ୍ତି ତ ଆପଣ ନିଶ୍ଚୟ ମଦ୍ୟପାନ କରିବେ । କିନ୍ତୁ ଯଦି ଆପଣ ଏପରି କରିବେ ନାହିଁ ତେବେ ନିଶ୍ଚୟ ସମସ୍ୟାରୁ ବଞ୍ଚିଯିବେ । କାରଣ ସେତେବେଳେ ଆଉ ଆପଣଙ୍କୁ ମାଂସଲୋଭୀ ଶୃଗାଳ ମିଳିବ ନାହିଁ । ଏହାର ଅର୍ଥ ସେ କହିଛନ୍ତି ବଳାକ୍ରାର ଠାରୁ ରକ୍ଷା ପାଇବାକୁ ଚାହୁଁଥିଲେ ହୋସ୍ ହରାନ୍ତୁ ନାହିଁ ।

ତେବେ ଆଣ୍ଡ୍ରିଆ ଜିଆମବ୍ରୁନୋଙ୍କ ଏହି ଟିପ୍ପଣୀକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ସେ ଦେଶରେ ବଳାତ୍କାର ମାମଲାରେ ପୀଡିତାଙ୍କୁ ହିଁ ଦୋଷୀ କରୁଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଲଗାଯାଉଛି । ଅନ୍ୟପକ୍ଷରେ ବିରୋଧୀ ଦେଶର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ତାଙ୍କ ସାଥୀଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀକୁ ସମର୍ଥନ କରନ୍ତୁ ନାହିଁ ବୋଲି ଆହ୍ୱାନ କରିଛନ୍ତି । ଦେଶର ବିରୋଧୀ ଫାଇପ ଷ୍ଟାର ମୁଭମେଣ୍ଟ ପାର୍ଟି କହିଛନ୍ତି , ତାଙ୍କର ଏପରି ଟିପ୍ପଣୀ ଅସ୍ୱୀକାର୍ଯ୍ୟ ଓ ଲଜ୍ଜାଜନକ । ଏହା ପୁରୁଷ ପ୍ରଧାନ ସଂସ୍କୃତିର ପ୍ରତିନିଧିତ୍ୱ କରୁଛି ।

Get real time updates directly on you device, subscribe now.