fbpx
BSKY SKY
BSKY SKY

ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ ୭.୮% ହାରରେ ଅଭିବୃଦ୍ଧି କଲା ଭାରତୀୟ ଅର୍ଥବ୍ୟବସ୍ଥା

BSKY

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ଚଳିତ ବର୍ଷ ଆରମ୍ଭରୁ ଉଲ୍ଲଖନୀୟ ପ୍ରଦର୍ଶନ କରିଛି । ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥବ୍ୟବସ୍ଥା ୭.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଯାହା ବିଶ୍ୱର କୋଣସି ପ୍ରମୁଖ ଅର୍ଥବ୍ୟବସ୍ଥା ତୁଳନାରେ ଦ୍ରୁତତମ ଅଟେ । ବିଭିନ୍ନ ଆର୍ଥିକ ଆନାଲିସିସ୍ ସଂସ୍ଥା ପୁର୍ବାନୁମାନ କରୁଥିଲେ କି ଜୁନ୍ ତ୍ରୈମାସରେ ଭାରତୀୟ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଅନୁମାନ କରୁଥିଲା ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ।

ଜାତୀୟ ପରିସଂଖ୍ୟାନ କାର୍ଯୟାଳୟ(ଏନଏସ୍‌ଓ) ପକ୍ଷରୁ ପ୍ରଥମ ତ୍ରୈମାସିର ଜିଡିପି ତଥ୍ୟ ଗୁରୁବାର ପ୍ରକାଶ କରାଯାଇଛି । ପ୍ରଥମ ତ୍ରୈମାସିକ ସମୟରେ ସରକାରଙ୍କ ଦ୍ୱାରା ହାତଖୋଲା ଖର୍ଚ୍ଚ, ଗ୍ରାହକଙ୍କ ଜୋରଦାର କ୍ରୟ ଏବଂ ସର୍ଭିସ୍ କ୍ଷେତ୍ରରେ ଭଲ ପ୍ରଦର୍ଶନ କାରଣରୁ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରିଛି । ଏହା ପୁର୍ବରୁ କୋର ସେକ୍ଟର ତଥ୍ୟ ମଧ୍ୟ ପ୍ରକାଶ ପାଇଥିଲା । ତଥ୍ୟ ଅନୁସାରେ ଜୁଲାଇ ମାସରେ କୋର୍ ସେକ୍ଟର ଗ୍ରୋଥ୍ ରେଟ୍ ହ୍ରାସ ପାଇ ୮% ହୋଇଯାଇଛି, ଯାହା ଜୁନ୍ ମାସରେ ୮.୩% ଥିଲା ।

ଏନ୍‌ଏସ୍‌ଓ ତଥ୍ୟ ଅନୁଯାୟୀ ୨୦୨୨ ଜୁନ୍ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୧୩.୧% ଥିଲା । ଯାହା ତୁଳନାରେ ଚଳିତ ବର୍ଷ ଅଭିବୃଦ୍ଧି ପ୍ରଭାବିତ ହୋଇଥିଲା । ପ୍ରଥମ ତ୍ରୈମାସରେ କୃଷି କ୍ଷେତ୍ରରେ ୩.୫% ଅଭିବୃଦ୍ଧି ହୋଇଛି, ଯେତେବେଳେ କି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୯% ରହିଥିଲା । ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ ମାନ୍ୟୁଫାକଚରିଂ କ୍ଷେତ୍ରରେ ନିରାଶ କରିଥିଲା, ଯେଉଂଥି ପାଇଁ ଅଭିବୃଦ୍ଧି ହାର କମ୍ ହୋଇ ୪.୭% କୁ ଖସି ଆସିଥିଲା ।

ଏହା ପୁର୍ବରୁ ମାର୍ଚ୍ଚ ୨୦୨୩ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୧% ରହିଥିଲା । ଯେତେବେଳେ ପୁରା ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୭.୨% ଥିଲା । ଗଲା ବର୍ଷ ଭାରତୀୟ ଅର୍ଥିକ ବ୍ୟବସ୍ଥା ଆକଳନ ଅନୁଯାୟୀ ଭଲ ପ୍ରଦର୍ଶନ କରତିଥିଲା ।

Get real time updates directly on you device, subscribe now.