ଭାତ ନ ଖାଇଲେ ଅନେକ ଗମ୍ଭୀର ଶାରୀରିକ ସମସ୍ୟାରୁ ମିକ୍ତି ମିଳେ

ଓଡିଶା ଭାସ୍କର: ଭାତ ଓଡିଶା ତଥା ଭାରତର ଦାକ୍ଷିଣାତ୍ୟର ପ୍ରଧାନ ଖାଦ୍ୟ । ଅନେକ ଦିନେ ଭାତ ନ ଖାଇଲେ ଚଳିପାରନ୍ତି ନାହିଁ । ଏହି ଖାଦ୍ୟକୁ ଲାଇଟ ଫୁଡ ବି କୁହାଯାଏ । କାରଣ ଏହାର ହଜମ ଶୀଘ୍ର ହୋଇଥାଏ । ତେବେ ଭାତ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ, ଦେଖିବେ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ସୁଫଳ । ପରୀକ୍ଷାମୂଳକ ଭାବେ ମାସେ ଭାତ ନ ଖାଆନ୍ତୁ, ପାଇଯିବେ ଲାଭ ।

ଭାତରେ କାର୍ବହାଇଡ୍ରେଡ ବିପୁଳ ରହିଥାଏ । ଏହା ବ୍ୟତୀତ ବହୁ ପୋଷକ ତତ୍ୱରେ ପୂର୍ଣ୍ଣ ଚାଉଳ । ତେଣୁ ଏହାର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ନାନା ସମସ୍ୟା ସୃଷ୍ଟି କରେ । ମେଦବହୁଳତାର ମୁଖ୍ୟ କାରଣ ମଧ୍ୟ ଭାତ । ନ୍ୟୁଟ୍ରିସନ ନମାମୀ ଅଗ୍ରବାଲ କୁହନ୍ତି, ଯଦି ଆପଣ ଏକ ମାସ ଯାଏଁ ଭାତ ଖାଇବେ ନାହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଓ ଶରୀରରେ ଏହାର ଫାଇଦା ଦେଖାଯିବା ଆରମ୍ଭ କରିବ ।

ଭାତକୁ ଷ୍ଟ୍ରେଚ ଫୁଡ କୁହାଯାଏ । ଏଥିରେ ଅଧିକ କାଲୋରୀ, କମ ଫାଇବର ରହିଥାଏ । ଭାତ କମ ଖାଇଲେ ବା ଜମା ନ ଖାଇଲେ, ଓଜନ ହ୍ରାସ କରିବା ସହଜ ହୋଇଥାଏ । ମଧୁମେୟ ବା ଡାଇବେଟିସ ଥିଲେ ଚାଉଳ ଶରୀର ପାଇଁ କ୍ଷତିକାରକ । ବ୍ଲଡ ସୁଗର କମ କରିବାକୁ ଭାତ କମ ଖାଆନ୍ତୁ ବା ଜମା ଖାଆନ୍ତୁ ନାହିଁ । ଏମିତି କଲେ ଡାକ୍ତରଙ୍କ ପାଖକୁ ଆଉ ଯିବାକୁ ପଡିବ ନାହିଁ କି ଇନସୁଲିନ ନେବାକୁ ପଡିବନି ।
ଭାତ ଶୀଘ୍ର ପାଚନ ହେଉଥିବାରୁ ଶରୀରର ଶକ୍ତି ହ୍ରାସ ପାଇଥାଏ । ତେଣୁ ଚାଉଳ ବା ଭାତ ବଦଳରେ ହାଇପ୍ରୋଟିନ ଖାଦ୍୍ୟ ଖାଇବା ଉଚିତ୍ ।