fbpx

ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ଏଭଳି ଉପହାର

Advertisement

ଓଡ଼ିଶା ଭାସ୍କର: ପାଖେଇ ଆସିଲାଣି ନୂଆ ବର୍ଷ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ପରିବାର, ସାଙ୍ଗସାଥି ଓ ବନ୍ଧୁବାନ୍ଧବଙ୍କ ସହ ପିକନିକ୍ ଓ ପାର୍ଟି କିମ୍ବା ପାଇଁ ସମସ୍ତେ ବେଶ ଉତ୍ସାହିତ । ତେବେ ନୂଆ ବର୍ଷର ଶୁଭେଚ୍ଛା ସହ କେତେ ଜଣ ଗ୍ରିଟିଙ୍ଗ୍ସ କାର୍ଡ଼ ଓ ଗିଫ୍ଟ ଦେବା ପସନ୍ଦ କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ଗିଫ୍ଟି ଚୟନ କରିବା ସମୟରେ ବେଶି କିଛି ଭାବି ନଥାଉ । କାହାକୁ କେଉଁ ଭଳି ଗିଫ୍ଟ ଦିଆଯିବା ଉଚିତ ଏସବୁ ବିଷୟରେ ଉପରେ ବିଶେଷ ଧାରଣା ନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ଅନେକ ଜିନିଷ ରହିଛି ଯାହାକୁ ଉପହାର ଆକାରରେ ଦେବା ଉଚିତ ନୁହେଁ । ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷରେ କେଉଁ ସବୁ ଉପହାର ଦେବା ଠାରୁ ଦୂରେଇ ରହିବା ଉଚିତ:

୧. ରୁମାଲ: ରୁମାଲ ଏକ ଛୋଟ ଜିନିଷ । କିନ୍ତୁ ପ୍ରିୟଜନମାନଙ୍କୁ ଉପହାରରେ ରୁମାଲ ଦେବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ନକାରାତ୍ମକତା ବୃଦ୍ଧି ପାଇବା ସହ ସମ୍ପର୍କରେ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କାହାକୁ ଘଡ଼ି ଉପହାର ଭାବେ ଦେବା ଅଶୁଭ ହୋଇଥାଏ ।

୨. ତୀକ୍ଷ୍ମ ବସ୍ତୁ: ନୂଆ ବର୍ଷରେ କାହାକୁ ଧାରୁଆ ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

୩. ଚପଲ: ନୂଆ ବର୍ଷରେ ଉପହାର ଭାବରେ କାହାକୁ ଚପଲ କିମ୍ବା ଜୋତା ଦିଅନ୍ତୁ ନାହିଁ । ଏହା ଦରିଦ୍ରତାର ପ୍ରତୀକ ଅଟେ । ଏଭଳି ଉପହାର କାହାକୁ ଦେଲେ ଦାରିଦ୍ରତା ସେମାନଙ୍କ ପିଛା ଛାଡ଼ି ନଥାଏ ।

୪. ପର୍ସ ବା ବ୍ୟାଗ୍: ସାଧାରଣତଃ ପର୍ସରେ ଆମେ ଟଙ୍କା ପଇସା ରଖିଥାଉ ଯେଉଁଥିରେ ମାତା ଲକ୍ଷ୍ମୀଙ୍କର ବାସ ଥାଏ । କାହାକୁ ଉପହାରରେ ପର୍ସ ବା ବ୍ୟାଗ୍ ଦେଲେ ଆମକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ।

୫. ଭଗବାନଙ୍କ ମୂର୍ତ୍ତୀ ବା ଫଟୋ: ଭଗବାନଙ୍କ ମୂର୍ତ୍ତୀ ବା ଫଟୋର ଦେଖାଶୁଣା ଏବଂ ପୂଜାର୍ଚ୍ଚନା ପାଇଁ ବିଶେଷ ନିୟମର ପାଳନ କରିବାକୁ ପଡ଼ିଥାଏ । ଯେଉଁ ବ୍ୟକ୍ତିକୁ ଏଭଳି ଉପହାର ଦିଆଯାଇଥାଏ ହୁଏତ ସେ ସବୁ ନିୟମ ପାଳନ କରିବା ପାଇଁ ବାଧ୍ୟ ନୁହେଁ । ଏହା ଦ୍ୱାରା ଭଗବାନଙ୍କ ଅପମାନ ହୋଇଥାଏ ।

୬. ମନି ପ୍ଲାଣ୍ଟ: ମନି ପ୍ଲାଣ୍ଟ କାହାକୁ ଉପହାର ଦିଅନ୍ତୁ ନାହିଁ କିମ୍ବା କାହା ଠାରୁ ଉପହାର ଭାବେ ଗ୍ରହଣ କରନ୍ତୁ ନାହିଁ । ଏହା ଦ୍ୱାରା ଆର୍ଥିକ ସଂକଟ ଦେଖା ଦେଇଥାଏ । ସବୁବେଳେ ମନି ପ୍ଲାଣ୍ଟକୁ ଗୁପ୍ତ ଭାବେ ଅଣାଯାଇ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.