fbpx

ଚମତ୍କାର! ପାସ୍ତା ବନାଇଦେଲା କୋଟିପତି: ୨୩ ବର୍ଷର ଯୁବକ ଏବେ ଷ୍ଟାର

ନୂଆଦିଲ୍ଲୀ: ଆଜିକାଲି ଲୋକ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଇଚ୍ଛା କରୁଛନ୍ତି । କିନ୍ତୁ ପରିଶ୍ରମ ବିନା ଟଙ୍କା ରୋଜଗାର କରିବା ସମ୍ଭବ ନୁହେଁ । ତେବେ କିଛି ଲୋକଙ୍କ ଭାଗ୍ୟ ଅଚାନକ ବଦଳି ଯାଇଥିାଏ । ଯେଉଁଥିପାଇଁ ବିନା ପରିଶ୍ରମରେ ବି ସେମାନେ କୋଟିପତି ହୋଇ ଯାଆନ୍ତି । ସେମିତି ଜଣେ ଉଦାହରଣ ହେଉଛନ୍ତି ଜିଆନଲୁକା କଣ୍ଟେ । ଯିଏ କି ପାସ୍ତା ପାଇଁ ଆଜି କୋଟିପତି ହୋଇଛନ୍ତି । କେବଳ କୋଟିପତି ହୋଇନାହାନ୍ତି ପାସ୍ତା ତାଙ୍କୁ ସମସ୍ତଙ୍କ ଆଗରେ ଷ୍ଟାର ବନାଇଦେଇଛି । ଏକଥା ଶୁଣିଲେ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଏବେ ମନରେ ପ୍ରଶ୍ନ ଆସୁଛି ପାସ୍ତା ତାଙ୍କୁ କେମିତି କରିଦେଲା କୋଟିପତି । କେମିତି ହଠାତ୍ ବଦଳିଗଲା ଭାଗ୍ୟ ?

ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ସାଙ୍ଗେ ସାଙ୍ଗେ କୋଟିପତି ହୋଇଯାଇଛନ୍ତି । ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ଏହି ବ୍ୟାକ୍ତି ଜଣକ ହେଉଛନ୍ତି ଏହି ଯୁବକ । ଯିଏ ପାସ୍ତା ତିଆରି କରି କୋଟିପତି ହୋଇଯାଇଛନ୍ତି । ଯାହା ବିଷୟରେ ଆପଣ କେବେବି କଳ୍ପନା କରିପାରିବେ ନାହିଁ । ଆଜି ସେହି ପାସ୍ତା ତିଆରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆମେରିକାର ଜିଆନଲୁକା କଣ୍ଟେ ସୋସିଆଲ ମିଡିଆରେ ପାସ୍ତା ତିଆରି କରି, ତାହାର ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପାସ୍ତା ତିଆରି କରୁଥିବା ଦେଖିବାକୁ ମିଳିଥିଲା । ପାଠ ପଢା ସହିତ ବାପାଙ୍କ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ପ୍ରଥମେ ରସୁଣ ଟମାଟୋ ବ୍ୟବହାର କରି ପାସ୍ତା ତିଆରି କରିଥିଲେ । ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଏହାପରେ ସୋସିଆଲ ମିଡିଆରେ ପାସ୍ତା ତିଆରି କରି ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଲେ । ଯାହା ସୋଶିଆଲ ମିଡିଆରେ ଲୋକ ମାନଙ୍କ ବହୁତ ପସନ୍ଦ କରିଥିଲେ । ଯେଉଁଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ସୋସିଆଲ ମିଡିଆରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ବର୍ତ୍ତମାନ ସେ ଷ୍ଟାର ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.