fbpx

୧୨ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା, ପାଲଟିଲା ବିଶ୍ୱ ରେକର୍ଡ

Advertisement

ଅଯୋଧ୍ୟା: ଦୀପାବଳି ଅବସରରେ ରାମଙ୍କ ନଗରୀ ଅଯୋଧ୍ୟାରେ ପାଳିତ ହୋଇଛି ଦିପୋତ୍ସବ କାର୍ଯ୍ୟକ୍ରମ । ଅଯୋଧ୍ୟାରେ ବୁଧବାର ଭବ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ ଅୟୋଜନ ହୋଇଥିଲା । ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ନଗରୀକୁ ୧୨ ଲକ୍ଷ ଦୀପରେ ସଜା ଯାଇଥିଲା, ଯାହା ଏବେ ବିଶ୍ୱ ରେକର୍ଡ ପାଲଟିଛି । ୧୨ ଲକ୍ଷ ଦୀପକୁ ଜଳାଇବାକୁ ୩୬ ହଜାର ଲିଟର ତେଲର ବ୍ୟବହାର କରାଯାଇଥିଲା । ଏଥିରେ ରାମ କି ପୈଡ଼ୀରେ ୯ ଲକ୍ଷ ଏବଂ ଅଯୋଧ୍ୟାରେ ବାକି ସ୍ଥାନମାନଙ୍କରେ ୩ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ସେହିଭଳି ରାମ ଜନ୍ମଭୂମି ପରିସରରେ ୫୧ ହଜାର ଦୀପ ଜଳାଯାଇଛି । ତେବେ ଏଥର ଦୀପକୁ ଗଣିବା ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡର ପହଞ୍ଚିଥିଲେ । ୩୨ ଟିମ୍ ମିଶି ୧୨ ଲକ୍ଷ ଦୀପକୁ ଜଳାଇଥିଲେ ।

କାର୍ଯ୍ୟକ୍ରମର ଆରମ୍ଭ ଶୋଭାଯାତ୍ରା ଦ୍ୱାରା କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଅଯୋଧ୍ୟରେ ଭଗବାନ ରାମଙ୍କ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ । ସେପଟେ କାର୍ଯ୍ୟକ୍ରମ ସ୍ଥଳରେ ଭଗବାନ ରାମ ଏବଂ ମାତା ଜାନକୀ ହେଲିକପ୍ଟରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ସ୍ୱାଗତ କରିଥିଲେ । ରାମ ଏବଂ ସୀତାଙ୍କର ଆରତୀ ପରେ ଭଗବାନଙ୍କ ରାଜତିଲକ କରାଯାଇଥିଲା ।

Get real time updates directly on you device, subscribe now.